୧୬ ଜଣ ପିଲା ପାଇବେ ଜାତୀୟ ସାହସିକତା ପୁରସ୍କାର ! ସାହସୀ ବାଳକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ବାଳକ

53

ଅପୂର୍ବ ସାହସିକତା ଓ ବୁଦ୍ଧିମତା ପ୍ରଦର୍ଶନ କରିଥିବା ପିଲାଙ୍କୁ ମିଳେ ଜାତୀୟ ସାହସିକତା ପୁରସ୍କାର । ୧୬ ଜଣ ସାହସୀ ବାଳକଙ୍କୁ ମିଳିବ ଜାତୀୟ ବୀରତା ପୁରସ୍କାର । କିଛି ଚିନ୍ତା ନକରି ଯେଉଁମାନେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ସେମାନଙ୍କୁ ମିଳିବ ଏହି ପୁରସ୍କାର । ସାଧାରଣତନ୍ତ୍ର ଦିବସ ସମାରୋହରେ ସାରା ଦେଶରୁ ଚୟନ ହୋଇଥିବା ସାହସୀ ବାଳକଙ୍କୁ ପ୍ରାଦାନ କରାଯିବ ଏହି ପୁରସ୍କାର । ଦେଶର ବିଭିନ୍ନ ସ୍ଥାନରୁ ୧୬ ଜଣକୁ ଜାତୀୟ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ମିଳିବ ମରଣୋତ୍ତର ପୁରସ୍କାର । ବିଭିନ୍ନ ସାହସିକ କାର୍ଯ୍ୟ ଆଧାରରେ ବାଳକଙ୍କୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି ।

ଚଳିତ ବର୍ଷ ଜାନୁୟାରୀ ୨୬ରେ ୬୮ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ । ପ୍ରତିବର୍ଷ ଭାରତୀୟ କାଉନସିଲ ବାଳକ କଲ୍ୟାଣ ପରିଷଦ (ଆଇସିସିଡବ୍ଲୁ) ସାଧାରଣତନ୍ତ୍ର ଦିବସ ଅବସରରେରେ ସାହସୀ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରେ । ୧୯୫୨ରୁ ଆରମ୍ଭ ହୋଇଛି ଏହି ପରମ୍ପରା । ଚଳିତ ଥର ସାହସିକତା ପୁରସ୍କାର ପାଇଁ ଚୟନ ହୋଇଥିବା ପିଲାମାନଙ୍କୁ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଚୟନ କରାଯାଇଛି । ତେବେ ସବୁଠାରୁ ବଡ଼କଥା ହେଲା ଆମ ରାଜ୍ୟର ଜଣେ ସାବସୀ ବାଳକଙ୍କୁ ମଧ୍ୟ ସାହସିକତା ପୁରସ୍କାର ଦେବା ପାଇଁ ଚୟନ କରାଯାଉଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, କର୍ଣ୍ଣାଟକ, ପଞ୍ଜାବ, ଓଡ଼ିଶା, ନାଗାଲାଣ୍ଡ, ଗୁଜରାଟ, କେରଳ, ଛତିଶଗଡ଼ ଓ ଉତ୍ତରାଖଣ୍ଡ ସମେତ ଦେଶର ୧୬ ରାଜ୍ୟରୁ ପିଲାଙ୍କୁ ଚୟନ କରାଯାଇଛି । ଏହି ପୁରସ୍କାର ମୋଟାମୋଟି ଭାବେ ଭାରତ ପୁରସ୍କାର, ସଞ୍ଜୟ ଚୋପ୍ରା ପୁରସ୍କାର, ଗୀତା ଚୋପ୍ରା ପୁରସ୍କାର, ବାପୁ ଗୈଧାନି ପୁରସ୍କାର ଓ ଜାତୀୟ ବୀରତା ପୁରସ୍କାର ପରି କିଛି ବର୍ଗରେ ବିଭକ୍ତ କରାଯାଇଛି ।

ଆଇସିସିଡବ୍ଲ୍ୟୁର ସଦସ୍ୟମାନେ ବିଭିନ୍ନ ଆଲୋଚନା କରି ଏହି ପିଲାଙ୍କ ନାମକୁ ଚୟନ କରିଛନ୍ତି । ବିଗତ ବର୍ଷ ୨୫ ଜଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବିଜେତାଙ୍କୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଭାଗ ନେବା ପାଇଁ ସୁଯୋଗ ମିଳେ ।