ବାଣୀବିହାରକୁ ମିଳିଲା ‘ଏ’ ପ୍ଲସ ମାନ୍ୟତା

21

କନକ ବ୍ୟୁରୋ : ବାଣୀବିହାରକୁ ‘ଏ’ ପ୍ଲସ ମାନ୍ୟତା ମିଳିଛି । ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡିଏସନ କାଉନସିଲ ବା ନାକ୍ ରେ ବାଜି ମାରିଛି ବାଣୀବିହାର । ରାଜ୍ୟର ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ବାଣୀବିହାର ହାସଲ କରିଛି ‘ଏ’ ପ୍ଲସ ମାନ୍ୟତା । ୩.୫୩ ସିଜିପିଏ ପଏଂଟ ସହ ପ୍ରଥମ ଥର ଲାଗି ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଏହି ମାନ୍ୟତା ହାସଲ କରିଛି ବାଣୀବିହାର । ଭିତ୍ତିଭୂମି, ଶିକ୍ଷା ଦାନ ପ୍ରଣାଳୀ ଓ ପାଠ୍ୟକ୍ରମକୁ ନେଇ ଦିଆଯାଉଥିବା ମାନ୍ୟତାରେ ସବୁଠୁ ଆଗରେ ରହିଛି ବାଣୀବିହାର । ନାକ୍ ରେ ୧୯ତମ ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩୦ଟି ଶିକ୍ଷାନୁଷ୍ଠାନକୁ ମାନ୍ୟତା ଦିଆଯାଇଛି ।

୧୦ବର୍ଷ ତଳେ ବାଣୀବିହାରକୁ ‘ବି’ ଗ୍ରେଡ ମିଳିଥିବା ବେଳେ ଏବେ ‘ଏ’ ପ୍ଳସ ମାନ୍ୟତା ଯୋଗୁଁ କ୍ୟାମ୍ପସରେ ଖୁସିର ଲହରୀ ଖେଳିଯାଇଛି  । ଗତ ଏକ ମାସ ମଧ୍ୟରେ ନାକ୍ର ବିଭିନ୍ନ ଟିମ୍ ଓଡ଼ିଶାର  ୩୦ଟି ଶିକ୍ଷାନୁଷ୍ଟାନ ଗସ୍ତ କରିଥିଲେ । ଏଥିରେ ଗୋଟିଏ ବିଶ୍ୱବିଦ୍ୟାଳୟ  ଓ ୨୯ଟି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ଏଥିମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ‘ଏ’ ପ୍ଳସ ମାନ୍ୟତା ମିଳିଛି । ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ, ସୃଷ୍ଟି ଏକାଡେମି ଅଫ୍ ଟେକ୍ନୋଲୋଜି ଓ ଏନ୍ଆଇଟି ରାଉରକେଲାକୁ ‘ଏ’ ଗ୍ରେଡ ମିଳିଛି ।