ସିନେମା ହଲରେ ଜାତୀୟ ସଂଗୀତ ଗାନ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି 

30
କନକ ବ୍ୟୁରୋ : ସିନେମାହଲରେ ଜାତୀୟ ସଙ୍ଗୀତ ଗାନକୁ ନେଇ  ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଗତକାଲି ଏ ନେଇ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ । ଜାତୀୟ ସଙ୍ଗୀତକୁ  ବର୍ତମାନ ପାଇଁ ସିନେମାହଲରେ ବାଧ୍ୟମୂଳତକ କରା ନ ଯାଉ । ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ- ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି ।
୬ ମାସ ମଧ୍ୟରେ ଏହି କମିଟି ରିପୋର୍ଟ ଦେବ । ତେଣୁ  ରିପୋର୍ଟ ଆସିଲା ଯାଏଁ ଜାତୀୟ ସଙ୍ଗୀତକୁ ବାଧ୍ୟତାମୂଳକ କରାନଯାଉ ।   ୨୩  ଅକ୍ଟୋବର ୨୦୧୭ ମସିହାରେ  ସୁପ୍ରିମକୋର୍ଟ କହିଥିଲେ , ସିନେମାଘର ଓ ଅନ୍ୟ ସ୍ଥାନରେ ଜାତୀୟ ସଙ୍ଗୀନ ଗାନ ବାଧ୍ୟତାମୂଳକ ହେବ କି ନାହିଁ ତା କେନ୍ଦ୍ର ସରକାର ସ୍ଥିର କରନ୍ତୁ ।
ସୁପ୍ରିମକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।  ଏ ବାବଦରେ ସୁପ୍ରିମକକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ବି ଜାରି କରିଥିଲେ ।