ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମାରିଥିବା ନାଥୁରାମ ଗଡସେ ଦେଶଦ୍ରୋହୀ ନା ଦେଶପ୍ରେମୀ ,ସେ ନେଇ ଏବେ ବି ଚାଲିଛି ବିତର୍କ

162

କନକ ବ୍ୟୁରୋ : ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମାରିଥିବା ନାଥୁରାମ ଗଡସେ ଦେଶଦ୍ରୋହୀ ନା ଦେଶପ୍ରେମୀ ସେ ନେଇ ଏବେ ବିତର୍କ ଜାରି ରହିଛି । ଏ ନେଇ କନକ ନ୍ୟୁଜ ବିତର୍କରେ ଭାଗ ନେଇଥିଲେ ବିଜେପିର ବରିଷ୍ଠ ନେତା । କିନ୍ତୁ ଏ ନେଇ ବିଜେପି ନେତାଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ ।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବାର ମାତ୍ର କିଛି ଦିନ ପରେ ମହାତ୍ମା ଗାନ୍ଧିଙ୍କୁ ନାଥୁରାମ ଗଡସେ ହତ୍ୟା କରିଥିଲେ । ନାଥୁରାମ ଗଡସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଆଦର୍ଶରେ ଅନୁପ୍ରାଣିତ ବୋଲି କୁହାଯାଏ । ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପରେ ନାଥୁରାମ ଗଡସେଙ୍କୁ ନେଇ ଅନେକ ତର୍କ ବିତର୍କ ଜାରି ରହିଛି । କିଛି ବିଜେପି ନେତା ତାଙ୍କୁ ଦେଶପ୍ରେମୀ ବୋଲି କହୁଛନ୍ତି । କିନ୍ତୁ ପ୍ରକୃତରେ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାକୁ ନେଇ ତର୍କ ବିତର୍କ ଜାରି ରହିଛି ।