ସିବିଏସଇ ବଦଳରେ ପ୍ରବେଶିକା ପରୀକ୍ଷା କରିବ ଏନଟିଏ ! କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି

64

କନକ ବ୍ୟୁରୋ : ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ପ୍ରବେଶିକା ପରୀକ୍ଷା କରିବ ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । କେନ୍ଦ୍ର କ୍ୟାବିନେଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସଇ ଦ୍ୱାରା ପରିଚାଳିତ ହେଉଥିବା ନିଟ ଓ ଜେଇଇ ମେନ ପରୀକ୍ଷା କରିବ ଏନଟିଏ । ଏହି ସଂସ୍ଥା ବର୍ଷକୁ ଦୁଇଥର ପ୍ରବେଶିକା ପରୀକ୍ଷା କରିବ । ପ୍ରତ୍ୟୋକ ଜିଲ୍ଲାରେ ଏଥିପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯିବ ।

ଦେଶର ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରବେଶିକା ପରୀକ୍ଷାକୁ ମଧ୍ୟ ଏନଟିଏ ପରିଚାଳିତ କରିବ । ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଅନ୍ୟ ପ୍ରବେଶିକା ପରୀକ୍ଷାକୁ ମଧ୍ୟ ପରିଚାଳିତ କରିବା ଏନଟିଏ । ଏନଟିଏ ଏକ ସ୍ୱୟଂଚାଳିତ ସଂସ୍ଥା । ବିଭିନ୍ନ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ସିବିଏସଇ, ଏଆଇସିଟିଇ ଓ ଅନ୍ୟ ସଂସ୍ଥାମାନେ ବର୍ତମାନ ଏହି ଦାୟିତ୍ୱରୁ ଅବ୍ୟାହତି ପାଇବେ ।