ନୟାଗଡରୁ ଆରମ୍ଭ ହେଲା ନିଶାମୁକ୍ତ ଅଭିଯାନ : ନିଶାମୁକ୍ତ ଆନ୍ଦୋଳନ ପ୍ରତି ପରିବାରରୁ ହେଉ – ସୌମ୍ୟରଞ୍ଜନ

ଡିସେମ୍ବର ପହିଲାରୁ ଦୁଆର ଦୁଆର ବୁଲି ଦସ୍ତଖତ ସଂଗ୍ରହ

108

କନକ ବ୍ୟୁରୋ: ନିଶାମୁକ୍ତି  ଆନ୍ଦୋଳନ ପ୍ରତି ପରିବାରରୁ  ହେଉ । ଏଭଳି ଆହ୍ୱାନ ଦେଇଛନ୍ତି  ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ନୟାଗଡ ଜିଲ୍ଲା ଭାପୁର ବ୍ଲକ ବାଇପାସ ହନୁମାନ ମନ୍ଦିରରେ ଖଣ୍ଡପଡା ନିଶାମୁକ୍ତି ଅଭିଯାନ ପକ୍ଷରୁ ଆୟୋଜିକ ବୈଠକରେ ଯୋଗଦେଇ ସାଂସଦ ଏହି ବକ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି, ଏହି ଅଭିଯାନକୁ ନିର୍ଣ୍ଣାୟକ ଭୂମିକାରେ ପହଂଚାଇବା  ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରୁ ଦସ୍ତଖତ ଅଭିଯାନ କରାଯିବ  ଓ ସେ ନିଜେ ଏହି ବ୍ୟବସ୍ଥାର ତଦାରଖ କରିବେ ।  ନିଶାମୁକ୍ତ ଓଡିଶା ଗଠନ ପାଇଁ ଖଣ୍ଡପଡା ନିର୍ବାଚନମଣ୍ଡଳୀରୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି  ତାକୁ ଅଧିକ ପ୍ରଭାବୀ କରିବା ଲାଗି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ସେ କହିଥିଲେ, ନିଶାମୁକ୍ତି ପାଇଁ  ସରକାରଙ୍କ ଉପରେ ଚାପ ପକାଇବା ଅପେକ୍ଷା ପ୍ରତି ପରିବାରରୁ ଏକ ସାମାଜିକ ସଂସ୍କାରର ଆନ୍ଦୋଳନ ରୂପେ ଏହା ଆରମ୍ଭ ହେବା ଦରକାର ।  ଏଥିରେ ଅଭିଯାନର କର୍ମକର୍ତା ଓ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ସାମିଲ ହୋଇଥିଲେ ।