ଆକାଶରେ ନାସା କରିବ କରିଶ୍ମା ! ରକେଟ ଦ୍ୱାରା କୁତ୍ରିମ ବାଦଲ ତିଆରି ପାଇଁ ଚାଲିଛି ପ୍ରସ୍ତୁତି

31

ଆଜି ଆମ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିବାରେ ବିଜ୍ଞାନର ଭୂମିକା ଅତୁଳନୀୟ । ଆଉ ବିଜ୍ଞାନର ବରଦାନକୁ ମନୁଷ୍ୟ ବେଶ୍ ଉପଭୋଗ କରୁଛି । ବିଜ୍ଞାନ ଯୋଗୁଁ ଅସାଧ୍ୟ ସାଧନ ହୋଇପାରୁଛି । କିଏ କେବେ ଚିନ୍ତା କରିଥିଲା ଯେ ଆମ ହାତ ପାହାନ୍ତାରେ ସବୁ ବିଷୟରେ ଜାଣିପାରିବା । ବିଜ୍ଞାନ ଏତେ ଅଗ୍ରଗତି କଲାଣି ଯେ ଆମେ ଘରେ ବସି ବସି ସବୁ ଖବର ପାଇ ପାରୁଛୁ । ଗୋଟିଏ କ୍ଲିକରେ ଦେଶ ତଥା ବିଦେଶର ଖବର ଜାଣିପାରୁଛୁ । କେବଳ ବିଜ୍ଞାନ ଯୋଗୁଁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିଛି । ସେଇଥି ପାଇଁ ମଣିଷ ଖାଦ୍ୟ ଅନ୍ୱେଷଣ ଠାରୁ ଆରମ୍ଭ କରି ଆଜି ଚନ୍ଦ୍ରରେ ପାଦ ଦେବାରେ ସଫଳ ହୋଇପାରିଛି । ମଣିଷ ନିଜର ବୁଦ୍ଧି ଖଟାଇ ବିଜ୍ଞାନ ସହଯୋଗରେ ଅନେକ ନୂତନ ଆବିଷ୍କାରମାନ କରିବାରେ ସଫଳ ହୋଇପାରିଛି । ତେବେ ବିଜ୍ଞାନ ସୃଷ୍ଟି କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ଏହାକୁ କିପରି ବ୍ୟବହାର କରାଯିବ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ତେବେ ସୂଚନା ଅନୁସାରେ ଜଣାପଡ଼ିଛି ନାସାର ଏକ ରକେଟ୍, ଧଳା ରଙ୍ଗର କୃତ୍ରିମ ବାଦଲ ତିଆରି କରିବ । ଯାହା ରାତିରେ ଆକାଶରେ ଚମକିବ । ଏହି କୃତ୍ରିମ ବାଦଲ ଜରିଆରେ ବାୟୁମଣ୍ଡଳର ଉପରିଭାଗର ଅଧ୍ୟୟନ କରାଯିବ, ଯାହା ସଂଚାର ଓ ବୈଷୟିକ ପ୍ରଣାଳୀ ସହ ସମ୍ପର୍କ କରେ । ଆମେରିକୀୟ ସ୍ପେସ ଏଜେନ୍ସି କହିବା ଅନୁସାରେ, ଏହି କୃତ୍ରିମ ବାଦଲ ରିପବ୍ଲିକ ଅଫ ମାର୍ଶଲ ଦ୍ୱୀପ ନିବାସୀଙ୍କୁ ୨୯ ଅଗଷ୍ଟ ସ ୯ ସେପ୍ଟେମ୍ବରରେ ଦେଖାଯିବ ।

ଏହାଦ୍ୱାରା ଆଇନୋସ୍ପିୟରରେ ହେଉଥିବା ଘଟଣାବଳୀର ଅଧ୍ୟୟନ ହୋଇପାରିବ । ଏହାକୁ ନ୍ୟୁଟ୍ରାଲ ଡାଇନାମୋ ମିଶନ କୁହାଯାଉଛି । ଏହି ବିଘଟନ ସୂର୍ଯ୍ୟ ଅସ୍ତ ପରେ ଆଇନୋସ୍ପିୟରର କିଛି କ୍ଷେତ୍ରରେ ଦେଖାଯିବ । ରକେଟରେ ଟ୍ରାଇ-ମିଶାଇଲ ଆଲୁମିନିୟମ ନାମକ ଏକ ପଦାର୍ଥ ରହିବ ଯାହା ଧଳା କୁତ୍ରିମ ବାଦଲ ତିିଆରି କରିବ । ପୃଥିବୀରେ ବୈଜ୍ଞାନିକ ମାନେ ପବନର ବେଗ ଓ ଶକ୍ତି ପ୍ରଦାନକାରୀ କିରଣକୁ ମାପିବା ପାଇଁ ଏହି ବାଦଲକୁ ବାୟୁମଣ୍ଡଳର ଉପରିଭାଗକୁ ପଠାଉଥିବା ସୂଚନା । ଏହି ବାଦଲ ୩୦ ମିନିଟ ହିଁ ଦେଖାଯିବ ବୋଲି ସୂଚନା ମିଳିଛି ।