ମହାକାଶ ବିଜ୍ଞାନରେ ନାସା କରିବ ଆଉ ଏକ ରେକର୍ଡ ! ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ କରିଛି ୧୨ ଜଣିଆ ଟିମ୍

38

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏକାଧିକ ମାଇଲଖୁଂଟ୍ ପ୍ରତିଷ୍ଠା କରିଥିବା ନାସା ଆଉ ଏକ ସଫଳତାର ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ମହାକାଶ ଯାତ୍ରା କରିବା ପାଇଁ ନାସା ପ୍ରସ୍ତୁତ କରିଛି ୧୨ ଜଣିଆ ଟିମ୍ । ଏହା ସବୁଠାରୁ ବଡ଼ ଟିମ୍ ହେବ । ଭାରତୀୟଙ୍କ ପାଇଁ ଏହି ଯାତ୍ରା ସ୍ମରଣୀୟ ହେବାକୁ ଯାଉଛି । କାରଣ ଏହି ଟିମରେ ଅଛନ୍ତି ଆମେରିକାରେ ଜନ୍ମିତ ଜଣେ ଭାରତୀୟ, ରାଜି ଚାରି ।

୩୯ ବର୍ଷୀୟ ରାଜିଙ୍କ ବାପା ହେଉଛନ୍ତି ଭାରତୀୟ । ରାଜି ଏବେ କାଲିଫର୍ଣ୍ଣିଆର ଇଡୱାର୍ଡ ଏୟାର ବେସର ୪୬- ଫାଷ୍ଟ ଫ୍ଲାଇଟ୍ ଟେଷ୍ଟ ସ୍କାର୍ଡନର କମାଣ୍ଡର ଏବଂ ଏଫ୍-୩୫ ଇଂଟିଗ୍ରେଟେଡ୍ ଟେଷ୍ଟ ଫୋର୍ସର ନିର୍ଦ୍ଦେଶକ ଅଛନ୍ତି । ରାଜି ଏମ୍ଆଇଟିରୁ ଏରୋନେଟିକ୍ ଏବଂ ଆଷ୍ଟ୍ରୋନଟିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି । ନାସା ପକ୍ଷରୁ ଗଠନ କରାଯାଇଥିବା ଏହି ଟିମରେ ୭ ଜଣ ପୁରୁଷ ଏବଂ ୫ ଜଣ ମହିଳା ଅଛନ୍ତି । ଏହି ଟିମରେ ସାମିଲ ହେବାକୁ ୧୮,୦୦୦ ଜଣ ଆବେଦନ କରିଥିଲେ ।