ଏଣିକି ସାଧାରଣ ଲୋକ ବି ଜହ୍ନ ଏବଂ ତାରା ସହ ଅତି ପାଖରୁ ନେଇପାରିବେ ସେଲଫି! ନାସା ଆଣିଲା ଦୁଇଟି ଚମତ୍କାରି ଆପ୍ ।

48

ଆମେରିକା ଅନ୍ତରିକ୍ଷ ଏଜେନ୍ସି ‘ନାସା’ ଦୁଇଟି ଭର୍ଚୁଆଲ ରିୟଲ୍ଟି ଆପ ଲଞ୍ଚ କରିଛନ୍ତି । ଏହି ଦୁଇଟି ଆପ୍ ମଧ୍ୟରୁ ଗୋଟିଏ ଆପ ଜରିଆରେ ୟୁଜର୍ସ ବ୍ରହ୍ମାଣ୍ଡର ସବୁଠାରୁ ସୁନ୍ଦର ସ୍ଥାନ ମାନଙ୍କରେ ସେଲ୍ଫି ନେଇପାରିବ । ଠକ ସେହି ପରି ଅନ୍ୟ ଅପ୍ ଜରିଆରେ ଏକ୍ସୋପ୍ଲାନେଟ ସିଷ୍ଟମ ଠାରୁ ଆରମ୍ଭ କରି ଅନ୍ୟ ଗ୍ରହ ମାନଙ୍କ ବିଷୟରେ ଅନେକ ସୂଚନା ପାଇପାରିବେ ।

ନାସା ଦ-ସେଲ୍ଫି ଆପ୍ ଏବଂ ଏକ୍ସୋ ପ୍ଲାନେଟ ନାମକୁ ଦୁଇଟି ଆପକୁ ଆବିଷ୍କାର କରିଛି । ବ୍ରହ୍ମାଣ୍ଡର ଅଧ୍ୟୟନ ପାଇଁ ଅଗଷ୍ଟ ୨୫ ତାରିଖ ୨୦୦୩ ସ୍ପିଟଜର ଟେଲିଷ୍କୋପ ଲଞ୍ଚ କରାଯାଇଥିଲା । ଏହାକୁ ହବଲ ଟେଲିଷ୍କୋପର ଛୋଟ ଭାଇ ବୋଲି କୁହାଯାଇଥାଏ ।

ନାସାର କହିବା ଅନୁଯାୟୀ, ଏହି ଦୁଇଟି ନବ ନିର୍ମାଣ ଆପରେ ସ୍ପିଟଜର୍ ସ୍ପେସ ଟେଲିଷ୍କୋପର ଆବିଷ୍କାର ଏବଂ ତା ଦ୍ୱାରା ନିଆ ଯାଇଥିବା ଅବିଶ୍ୱସନିୟ ଫଟୋକୁ କେନ୍ଦ୍ରରେ ରଖାଯାଇଛି । ସେଲ୍ଫି ଆପ୍ ଜରିଆରେ ଆପ ସ୍ପେସ ସୁଟରେ ନିଜର ସେଲ୍ଫି ବ୍ରହ୍ମାଣ୍ଡର ସବୁଠାରୁ ଚମକ୍ରାର ସ୍ଥାନରେ ନେଇପାରିବେ । ଯେପରିକି ଓରିୟନ ନେବୁଲା କିମ୍ବା ମିଲ୍କି-ବେ କେନ୍ଦ୍ରରେ । ସେଲ୍ଫି ନେବା ପାଇଁ ଆପଣମାନଙ୍କୁ ବସ ନିଜର ଗୋଟିଏ ଫଟୋ ଉଠାଇବାକୁ ପଡିବ । ଏହା ପରେ ବ୍ୟାକଗ୍ରାଉଣ୍ଡର ଚୟନ କରିବାକୁ ପଡିବ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଦିଅନ୍ତୁ । ଏହା ପରେ ଆପେ ଆପେ ଆପଣଙ୍କ ଫଟୋ ଏଡିଟ ହୋଇଯିବ ।