୬ ମାସ ପରେ ମହାକାଶରୁ ପୃଥିବୀପୃଷ୍ଠକୁ ଫେରିଲେ ନାସାର ମହାକାଶଚାରୀ, କିନ୍ତୁ ଦୁଇ ପାଦ ଚାଲିବାକୁ ମଧ୍ୟ କରିବାକୁ ପଡୁଛି ସଂର୍ଘଷ । ଦେଖନ୍ତୁ ଭିଡିଓ

1,240

ମହାକାଶକୁ ଯିବା ପାଇଁ କାହାର ବା ଇଚ୍ଛା ନଥାଏ । କିନ୍ତୁ ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀ କେତେ କଷ୍ଟ ଅନୁଭବ କରିଥାନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀଙ୍କୁ ସାମାନ୍ୟ କାମ କରିବା ମଧ୍ୟ କଷ୍ଟକର ହୋଇଯାଇଥାଏ । ଆଉ ମହାକାଶଚାରୀଙ୍କ ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ମହାକାଶରୁ ଫେରିବା ପରେ ମହାକାଶଚାରୀଙ୍କୁ ଦୁଇପାଦ ଚାଲିବାକୁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି ।


ମହାକାଶରେ ୧୯୭ ଦିନ କାଟିଥିବା ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ଏବେ ଏମିତି ଏକ ଭିଡିଓ ଟ୍ୱିଟର ପେଜରେ ଅପଲୋଡ କରିଛନ୍ତି । ଯାହାକୁ ଦେଖିଲେ ମହାକାଶକୁ ଯିବା ପାଇଁ ମନବଳେଇବେ ନାହିଁ ସାଧାରଣ ଲୋକ । କାରଣ ମହାକାଶରେ ଦୀର୍ଘଦିନ ଧରି ରହିବା ଏତେ ସହଜ କଥା ନୁହେଁ । ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରୁ ଫେରିବା ପରେ ଦୁଇ ପାଦ ଚାଲିବା ପାଇଁ ସଂର୍ଘଷ କରୁଛନ୍ତି ।

ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରେ ୧୯୭ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିଥିଲେ । ତେବେ ପୃଥିବୀପୃଷ୍ଠରେ ପହଞ୍ଚିବା ପରେ ଚାଲିବା ତାଙ୍କ ପାଇଁ ଏତେ ସହଜ ନଥିଲା । ୫ ଅକ୍ଟୋବରରେ ଅପଲୋଡ ହୋଇଥିବା ଭିଡିଓରେ ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ବହୁତ କଷ୍ଟରେ ଚାଲୁଥିବା ନଜରକୁ ଆସିଥିଲେ । ଆଉ ସେ ତାଙ୍କ ସହ ମହାକାଶ ଯାଇଥିବା ଯାଇଥିବା ଅନ୍ୟ ସହଯାତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ହେଇଯାଉ ବୋଲି ପ୍ରାର୍ଥନା କରିଛନ୍ତି ।

ନାସା ଅନୁଯାୟୀ, ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରେ ଫିଲ୍ଡ ଟେଷ୍ଟରେ ଭାଗ ନେଇଥିଲେ । ଏହି ସମୟରେ ମହାକାଶରେ ଭୌତିକ ପରିବର୍ତ୍ତନ ଓ ଏହାର ପ୍ରଭାବ ଉପରେ ତଥ୍ୟ ହାସଲ କରୁଥିଲେ । ତେବେ ପୃଥିବୀ ପୃଷ୍ଠକୁ ଫେରିବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଉ ଏହାପରେ ତାଙ୍କୁ ତତକ୍ଷଣାତ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା ।