ମହାକାଶରେ ୮ଟି ନୂଆ ଗ୍ରହ ଆବିଷ୍କାର କଲା ନାସା !

58

କନକ ବ୍ୟୁରୋ : ମହାକାଶରେ ୮ଟି ନୂଆ ଗ୍ରହ ଆବିଷ୍କାର କରିଛି ନାସା । ନାସା ଓ ଗୁଗୁଲର ଆଡଭାନ୍ସଡ କଂପୁଟର ଆନାଲିସିସ ୮ଟି ନୁଆ ଗ୍ରହକୁ ଠାବ କରିଛି । ଏହି ଗ୍ରହଗୁଡିକ ଏକ ସୈାରମଣ୍ଡଳରେ ରହିଥିବାବେଳେ କେପଲର ଟେଲିସ୍କୋପ ମାଧ୍ୟମରେ ଏହା ଜଣାପଡିଛି । ତେବେ ଏହି ସବୁ ଗ୍ରହରେ ଜୀବନଯାପନ ସମ୍ଭବ ନୁହେଁ ବୋଲି ନାସା ସ୍ପଷ୍ଟ କରିଛି । ଏହି ଗ୍ରହଗୁଡିକୁ କେପଲର ୯୦ ଆଇ ନାଁରେ ନାମିତ କରାଯାଇଥିବାବେଳେ ଏହା ୨ ହଜାର ୫୪୫ ଆଲୋକ ବର୍ଷ ଦୂରତାରେ ରହିଛି । ଏହି ଗ୍ରହ ପ୍ରତି ୧୪ ଦିନରେ ଏହାର ଅକ୍ଷ ପଥରେ ବୁଲିଥାଏ । ନାସା ପକ୍ଷରୁ ଆକଳନ କରାଯାଇଛି ଯେ ଏହି ଗ୍ରହ ଗୁଡିକର ତାପମାତ୍ରା ପାଖପାଖି ୪୨୬ ସେଲସିୟସ ରହିଛି ।