କଂଗ୍ରେସ ସଂକଳ୍ପ ସମାବେଶରେ କର୍ମୀଙ୍କୁ ଆହ୍ୱାନ ଦେଲେ ନରସିଂହ ମିଶ୍ର

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଂକଳ୍ପ ସମାବେଶରେ ଦଳ ଭିତରେ ଥିବା କିଛି ଅକୁହା କଥାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି କଂଗ୍ରେସରେ ପୁରୁଣା ରୋଗ ରହିଛି । ଦଳର ନେତାଙ୍କ ମଧ୍ୟରେ ମତଭେଦ ଓ ଅର୍ନ୍ତଦ୍ୱନ୍ଦ ରହିଛି । ମତପାର୍ଥକ୍ୟ ଯେତେ ଅଛି ତାକୁ ପଂଚାୟତ ନିର୍ବାଚନ ପୂର୍ବରୁ ଦୂରକରିବାକୁ ଆହ୍ୱାନ ଦେଇଛନ୍ତି ନରସିିଂହ ।

ପଂଚାୟତ ନିର୍ବାଚନ ପ୍ରସ୍ତୁତି ଲାଗି ପିସିସି କାର୍ଯ୍ୟାଳୟରେ ଚାଲିଥିବା ସଂକଳ୍ପ ସମାବେଶରେ ଏହା କହିଛନ୍ତି ନରସିଂହ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪୨୦ ବ୍ଲକ ସଭାପତି ଓ ୩୩ଟି ସାଂଗଠନିକ ଜିଲ୍ଳା ସଭାପତି ସାମିଲ ହୋଇଛନ୍ତି । ବୈଠକରେ ଓଡିଶା କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ଉପସ୍ଥିତ ରହିଛନ୍ତି । ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବା ନେଇ ଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କଣ କହିଛନ୍ତି ଦେଖନ୍ତୁ ଏହି ଭିଡିଓରେ :