ଆଇନ୍ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ବିରୋଧୀ ଦଳ ନେତା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ଅଭିଯୋଗ ଆଣିଛନ୍ତି । । ବିଧାନସଭା ସଚିବଙ୍କୁ ଏନେଇ ନରସିଂହ ଚିଠି ଲେଖିଛନ୍ତି । ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରି ବିଚାର କରିବାକୁ ଦାବି କରିଛନ୍ତି ନରସିଂହ । ଆଇନ ମନ୍ତ୍ରୀ ଅରୁଣ ସାହୁ ବାର୍ଦ୍ଧକ୍ୟ ଜନିତ ଦୃଷ୍ଟି କୋଣରୁ ବିରୋଧୀ ଦଳ ନେତାଙ୍କର ମତିଭ୍ରମ ହୋଇଛି ବୋଲି ମନ୍ତବ୍ୟ ଦେଇଥିଲେ । ନରସିଂହ ମିଶ୍ର ଗୃହରେ ବିଜେଡି ଆକାଉଂଟ୍ ପ୍ରସଙ୍ଗର ଆଣିଥିବା ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ । ବିରୋଧୀ ଦଳ ଗୃହରେ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଓଡିଶାବାସୀଙ୍କୁ ଓ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଅରୁଣ ଅଭିଯୋଗ କରିଥିଲେ । ଏହା ବିରୋଧୀ ଦଳ ନେତାଙ୍କ ଗର୍ହିତ ଅପରାଧ ବୋଲି ଅରୁଣ କହିଥିଲେ ।