ସ୍ୱାମୀ କାନ୍ଧରେ ସ୍ତ୍ରୀ ଶବ ବୁହା ଘଟଣା : ସ୍ଥିତି ଅନୁଧ୍ୟାନ ପାଇଁ ଭବାନୀପାଟଣା ଚିକିତ୍ସାଳୟରେ ବିରୋଧୀ ଦଳ ନେତା

43

କଳାହାଣ୍ଡି : କଳାହାଣ୍ଡିରେ ଦାନମାଝୀଙ୍କ ସ୍ତ୍ରୀ ଶବବୁହା ଘଟଣା ପାଇଁ ସରକାର ଓ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା । ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯାଇଥିବା ନରସିଂହ ମିଶ୍ର ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ଅବସରରେ ଏହି ଘଟଣା ପାଇଁ କୌଣସି ବ୍ୟକ୍ତିବିଶେଷକୁ ଦାୟୀ କରାଯାଇପାରିବ ନାହିଁ । ଏହା ଆମ ସରକାର ଓ ବ୍ୟବସ୍ଥାର ବିଫଳତାର ପରିଣାମ ବୋଲି ସେ କହିଛନ୍ତି ।

ପୂର୍ବରୁ ଗତକାଲି ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଦାନ ମାଝୀଙ୍କ ଗାଁ ମେଲଘରା ସମେତ ଅନ୍ୟ ଉପାନ୍ତ ଅଂଚଳରେ ତୁରନ୍ତ ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ପରି ମୌଳିକ ସୁବିଧା ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦାନ ମାଝୀଙ୍କ ଶବବୁହା ଘଟଣା ଦେଶବିଦେଶରେ ଚର୍ଚ୍ଚା ହୋଇଥିବା ବେଳେ କଂଗ୍ରେସ ଏହାକୁ ନେଇ ଜିଲ୍ଲା କଂଗ୍ରେସ ବିରାଟ ପ୍ରତିବାଦ ସଭା, ପଦଯାତ୍ରା ଆଦି କରି ପ୍ରଶାସନ ଉପରେ ଚାପ ପ୍ରଯୋଗ କରିଥିଲା।