ନର୍ଲାରେ ନାବାଳିକାକୁ ପୋଡି ହତ୍ୟା ମାମଲା : ମଧୁପୁରରେ ପହଂଚିଲା ନାବାଳିକାଙ୍କ ମୃତଦେହ

31

କନକ ବ୍ୟୁରୋ : କଳାହାଣ୍ଡି ନର୍ଲାରେ ନାବାଳିକାକୁ ପୋଡି ହତ୍ୟା କରିବା ଘଟଣାରେ ମଧୁପୁର ଗାଁରେ ପହଂଚିଲା ନାବାଳିକାର ମୃତଦେହ । ଗୁରୁତର ଭାବେ ପୋଡି ଯାଇ ଆଇଜିଏଚରେ ଚିକିତ୍ସା ହେଉଥିବା ନାବାଳିକାଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ଅସଦାଚରଣ କରିବା ପରେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ ।

ପୀଡିତାଙ୍କୁ ପ୍ରଥମେ ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲ, ଏହାପରେ ବୁର୍ଲା, ଶେଷରେ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା । ୭ ଦିନର ଜୀବନ ସଂଗ୍ରାମ ପରେ ଶେଷରେ ପ୍ରାଣ ହରାଇଥିଲେ ନାବାଳିକା । ଏହି ନୃଶଂସ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । କ୍ରାଇମବ୍ରାଂଚ ତଦନ୍ତ ଭାର ନେବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ଆଉ ଏକ ଟିମ ଆଜି ମଧୁପୁର ଗାଁରେ ପହଂଚିବ  ।

ଏହାସହ ଦେଖନ୍ତୁ ଏହି ଭିଡିଓ –