ଆରପାରିରେ ଲୋକପ୍ରିୟ ଆଙ୍କର୍ ନିଲମ୍ ଶର୍ମା ! ୨୪ ବର୍ଷ ଧରି ଦୁରଦର୍ଶନ ଚ୍ୟାନେଲ୍ ସହ ଜଡିତ ଥିଲେ ନିଲମ୍ । 

1,324

ଦୁରଦର୍ଶନର ବରିଷ୍ଠ ମହିଳା ଆଙ୍କର୍ ତଥା ରିପୋର୍ଟର୍ ନିଲମ୍ ଶର୍ମାଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବରକୁ ଦୁରଦର୍ଶନ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଦିଆଯାଇଛି । ୧୯୯୫ ମସିହାରୁ ପ୍ରସିଦ୍ଧ ଚ୍ୟାନେଲ୍ ଦୁରଦର୍ଶନରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିବା ନିଲମ୍ ଙ୍କ ଅଚାନକ ମୃତ୍ୟୁରେ ଗଣମାଧ୍ୟମ ବ୍ୟତୀତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବି ଶୋକର ଛାୟା ଖେଳିଯାଇଛି । ନିଲମ୍ ଜଣେ ପ୍ରସିଦ୍ଧ ତଥା ଲୋକପ୍ରିୟ ନ୍ୟୁଜ୍ ଆଙ୍କର୍ ଥିଲେ । କିଛିଦିନ ହେଲା ସେ ବ୍ରାଙ୍କୋ ନିମୋନିୟା ରୋଗରେ ପୀଡିତ ଥିଲେ । ନୋଏଡାର ଏକ ବେସରକାରୀ ଡାକ୍ତରଖାନାରେ ନିଲମ୍ ଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଦ୍ୱିପ୍ରହର ୨ ଟା ସମୟରେ ନିଲମ୍ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ୫୦ ବର୍ଷୀୟ ନିଲମ୍ ଶର୍ମାଙ୍କ ପାର୍ଥୀବ ଶରୀର ନୋଏଡା ସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି । ଶନିବାର ସନ୍ଧ୍ୟା ୬ ଟା ସମୟରେ ତାଙ୍କ ପାର୍ଥୀବ ଶରୀରର ଅନ୍ତିମ ସଂସ୍କାର ନିଗମ୍ ବୋଧ୍ ଘାଟରେ କରାଯିବ ।

ଗଣମାଧ୍ୟମ ଜଗତର ଜଣେ ଚର୍ଚ୍ଚିତ ଚେହେରା ଥିଲେ ନିଲମ୍ ଶର୍ମା । ଖୁବ୍ କମ୍ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଲମ୍ ଙ୍କ ନିଧନ ପୂର୍ବରୁ ମାର୍ଚ୍ଚ ମାସରେ ତାଙ୍କୁ “ନାରୀ ଶକ୍ତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ୨୪ ବର୍ଷ ଧରି ଦୁରଦର୍ଶନ ଚ୍ୟାନେଲ୍ ସହ ଜଡିତ ହୋଇ ରହିଥିବା ନିଲମ୍ “ତେଜସ୍ୱିନୀ” ଏବଂ “ବଡୀ ଚର୍ଚ୍ଚା” ଭଳି ଲୋକପ୍ରିୟ ଶୋ’ର ସଞ୍ଚାଳନ କରିଥିଲେ ।