ସ୍ପେନରେ ବି ମୋଦି ମୋଦି ! ବିମାନ ବନ୍ଦର ବାହାରେ ଭାରତୀୟଙ୍କ ସହ ମୋଦିଙ୍କ ସେଲଫି

26

କନକ ବ୍ୟୁରୋ: ସ୍ପେନରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ପେନର ମାଦ୍ରିଦ୍ ବିମାନ ବନ୍ଦରରେ ସ୍ପେନ୍ ରାଷ୍ଟ୍ରପତି ମେରିଆନୋ ଓ ସ୍ପେନ୍ ରାଜା ଫିଲିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ । ସ୍ପେନ୍ ଗସ୍ତ ସମୟରେ ମୋଦି ଆର୍ଥିକ ସହଯୋଗ, ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି ଅନ୍ୟ ପ୍ରସଂଗ ବାବଦରେ ଆଲୋଚନା କରିବେ । ସେହିପରି ମୋଦି ଇଣ୍ଡିଆ-ସ୍ପେନ୍ ସିଇଓ ଫୋରମ ବୈଠକକୁ ମଧ୍ୟ ସମ୍ବୋନ୍ଧିତ କରିବେ ।

ତେବେ ଏହି ବୈଠକରେ ‘ମେକ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ଭାରତରେ କିଭଳି ଅଧିକ ନିବେଶ କରିହେବ ସେନେଇ ଆଲୋଚନା କରାଯିବ । ଏଥିରେ ସ୍ପେନର ବଡ଼ ବଡ଼ କଂପାନୀର ଅଧ୍ୟକ୍ଷମାନେ ସାମିଲ ହେବେ । ସ୍ପେନ୍ ଗସ୍ତ ସାରି ମୋଦି ରୁଷର ସେଂଟପିଟର୍ସବର୍ଗ ଯିବେ ବୋଲି ମିଳଥିବା ସୂଚନାରୁ ଜଣାପଡିଛି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ‘ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।