ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ୱାଗତ ! ଦ୍ୱିତୀୟ ଦିନରେ ସ୍ୱାକ୍ଷରିତ ହେଲା ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

28

କନକ ବ୍ୟୁରୋ : ଇସ୍ରାଏଲ ଗସ୍ତର ୨ୟଦିନରେ ରାଷ୍ଟ୍ରପତି ରୁବେନେ ରିବଲିନଙ୍କୁ ଭେଟିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ବେଶ ଆନନ୍ଦିତ ବୋଲି ଇସ୍ରାଏଲ ରାଷ୍ଟ୍ରପତି । ଦୁଇଦେଶ ମଧ୍ୟରେ ଉତ୍ତମ ସଂପର୍କ ଓ ଦ୍ୱିପାକ୍ଷିକ ସହଯୋଗ ନେଇ ଆଶାବାଦୀ ଥିବା କହିଛନ୍ତି ଇସ୍ରାଏଲ ରାଷ୍ଟ୍ରପତି । ଅନ୍ୟପଟେ ରିବଲିନଙ୍କୁ ଭେଟିବା ପରେ ମୋଦି କହିଛନ୍ତି ‘ଆଇ ଫର ଇଣ୍ଡିଆ, ଆଇ ଫର ଇସ୍ରାଏଲ’

ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନେତାନ୍ୟାହୁଙ୍କ ଭେଟିବା ପରେ ଦୁଇଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର ହୋଇଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ୭ଟି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି । ୪୦ ମିଲିୟନ ଡଲାରର ଭାରତ-ଇସ୍ରାଏଲ ଇଣ୍ଡଷ୍ଟ୍ରିଆଲ ଇନଭେନସନ ଫଣ୍ଡ ପାଇଁ ଏମଓୟୁ ହୋଇଛି ।

ସେହିପରି ଭାରତରେ ଜଳ ସଂରକ୍ଷଣ, ରାଜ୍ୟରେ ଆବଶ୍ୟକୀୟ ପାଣି ଯୋଗାଣ, କୃଷି କ୍ଷେତ୍ରରେ ଭାରତ-ଇସ୍ରାଏଲ ଡେଭଲପମେଂଟ କର୍ପୋରେସନ, ଜିଇଓ-ଏଲଇଓ ଅପ୍ଟିକାଲ ଲିଙ୍କ ଆଦି ଏମଓୟୁ ଇସ୍ରାଏଲ ସହ ସ୍ୱାକ୍ଷରିତ ହୋଇଛି । ଏପେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ।

ମୋଦିଙ୍କୁ ଦେଶର ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ରାହୁଲ କହିଛନ୍ତି । ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ । ସେହିପରି ଟ୍ୱିଟରେ ରାହୁଲ ଲେଖିଛନ୍ତି ମୋଦିଙ୍କ ଆମେରିକାଗସ୍ତ ସମୟରେ ଏଚ ଟୁ ଭିଜା ନେଇ ଟ୍ରମ୍ପଙ୍କ ସହ କୌଣସି ଆଲୋଚନା କରାଯାଇନି ।