ମୋଦିଙ୍କ ଓଡିଆ ପ୍ରୀତି

141

01_06_2016_001_070_010କନକ ବ୍ୟୁରୋ : ଉତର ପ୍ରଦେଶ ରାଜ୍ୟସଭା ଲଢ଼େଇରେ ଜଣେ ଓଡିଆ ବୋହୂଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କଂଗ୍ରେସର ହାଇପ୍ରୋଫାଇଲ ନେତା କପିଲ ଶିବଲଙ୍କୁ ରୋକିବାକୁ ମୋଦି ବାଛିଲେ ଓଡିଆ ବୋହୁ ପ୍ରୀତି ମହାପାତ୍ରଙ୍କୁ । ଉତରପ୍ରଦେଶରୁ ରାଜ୍ୟସଭା ନିର୍ବାଚନ ଲଢିବାକୁ ପ୍ରୀତି ନାମାଙ୍କନ ଦାଖଲ କରିବା ପରେ ସାରା ଦେଶର ଗଣମାଧ୍ୟମର ନଜର ଏବେ ଏହି ସମାଜସେବୀଙ୍କ ଉପରେ । ଉତରପ୍ରଦେଶରେ ୧୧ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ରେସରେ ଅଛନ୍ତି ୧୨ ଜଣ । ଉଭୟ କଂଗ୍ରେସ ଓ ବିଜେପି ପାଇଁ ଏଠି ସଂଖ୍ୟା ଯୋଗାଡ କରିବାକୁ ଚାଲିଛି ରୀତିମତ ଅଙ୍କକଷା । ଆଉ ଏଭଳି ଏକ ସମୟରେ ମୋଦି ସାମ୍ନାକୁ ଆଣିଛନ୍ତି ପ୍ରୀତିଙ୍କୁ । ଚର୍ଚ୍ଚା ଅନୁସାରେ ପ୍ରୀତି, ମୋଦିଙ୍କ ଖୁବ ନିକଟତର । ଏପରିକି ଗୁଜୁରାଟ ରାଜନୀତିରେ ମଧ୍ୟ ବେଶ ପ୍ରଭାବୀ । ଦେଶରେ ୧୦ ହଜାର ଟଏଲେଟ ନିର୍ମାଣ କରିବାକୁ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । ମୋଦିଙ୍କ ସ୍ୱଛ ଭାରତ ଅଭିଯାନକୁ ସଫଳତାର ସହ ରୁପାୟନ କରିବାକୁ ଅଂଟା ଭିଡିଥିଲେ ଏହି ସମାଜସେବୀ । ଆଉ ଏବେ ମୋଦି ପ୍ରୀତିଙ୍କୁ ରାଜ୍ୟସଭା ଆଣିବାକୁ ଚେଷ୍ଟା କରିବା ପରେ ସମସ୍ତଙ୍କ ନଜରକୁ ଆସିଛନ୍ତି ଏହି ଓଡିଆ ବୋହୂ ।

priteeସମାଜସେବୀ ପ୍ରୀତି ମହାପାତ୍ର । ପ୍ରଧାନମନ୍ତ୍ରୀ ତଥା ବିଜେପିର ପୋଷ୍ଟର ବଏ ନରେନ୍ଦ୍ର ମୋଦିଙ୍କ ଖାସ । କୃଷ୍ଣଲୀଳା ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି । ୧୦ ହଜାର ଟଏଲେଟ ନିର୍ମାଣ କରିବାକୁ ଘୋଷଣା କରି ଏହି ଟ୍ରଷ୍ଟ ଆସିଥିଲା ଚର୍ଚ୍ଚାକୁ । ଏପରିକି ନରେନ୍ଦ୍ର ମୋଦିଙ୍କ ସ୍ୱଛ ଭାରତ କ୍ୟାମ୍ପେନକୁ ସଫଳତାରେ ରୁପାୟନ କରିବାକୁ ଏହି ଟ୍ରଷ୍ଟ ଅଂଟା ଭିଡିଛି । ଖାଲି ଏତିକି ନୁହେଁ, ନରେନ୍ଦ୍ର ମୋଦି ବିଚାର ମଂଚର ଜଣେ ସଦସ୍ୟା ଭାବେ ସେ କାର୍ଯ୍ୟ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ସୂଚନା ଅନୁସାରେ, ପ୍ରୀତିଙ୍କ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଓଏସଡି ଭାବେ କାର୍ଯ୍ୟ ତୁଲାଇଥିଲେ । ଫଳରେ ଦିଲ୍ଲୀର କ୍ଷମତା ରାଜନୀତିର ଗଳିରେ ବେଶ ପ୍ରଭାବୀ ହେଉଛନ୍ତି ପ୍ରୀତି ।

_66e3fc20-27e3-11e6-a271-92fd27615944ଚର୍ଚ୍ଚା ଅନୁସାରେ, ମୋଦିଙ୍କ ଏକାନ୍ତ ବିଶ୍ୱସ୍ତ ତଥା ସାଂସଦ ସି. ଆର. ପାଟିଲଙ୍କ ସହ ଏହି ପୱାରଫୁଲ କପୁଲଙ୍କ ସଂପର୍କ ବେଶ ଘନିଷ୍ଠ । ଗତ ୨୦୧୪ ଡିସେମ୍ବରରେ ପ୍ରୀତି, ମୋଦି ସମର୍ଥକ ମହିଳା ପ୍ରୋାଗ୍ରାମ ଆୟୋଜନ କରି ବେଶ ଚର୍ଚ୍ଚାରେ ଥିଲେ । ଉତରପ୍ରଦେଶରୁ ନାମାଙ୍କ ଦାଖଲ କରିବା ପରେ ପ୍ରୀତି କହିଛନ୍ତି, ମୁଁ ୟୁପି ପାଇଁ କାମ କରିବି ।

ରାଜ୍ୟସଭା ନିର୍ବାଚନରେ ବାଜିମାତ ପାଇଁ ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ୩୪ ବିଧାୟକଙ୍କ ସମର୍ଥନ । କଂଗ୍ରେସର ୨୮ ବିଧାୟକ ଥିବା ବେଳେ ସମାଜବାଦୀ ପାର୍ଟୀ ଶିବଲଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲା । ହେଲେ ଶେଷ ମୁହୁର୍ତରେ ପ୍ରୀତିଙ୍କ ଏଂଟ୍ରୀ ପୁରା ଖେଳ ବିଗାଡି ଦେଇଛି । ଲଢେଇ କଂଗ୍ରେସ ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ । ନଜର କିଏ ଖେଳରେ ବାଜି ମାରିବ । କପିଲଙ୍କୁ ରୋକିବାକୁ ମୋଦିଙ୍କ ଓଡିଆ କାର୍ଡ ସଫଳ ହେଉଛି ନା ନାହିଁ ।