ଛୁଟି ନେଇ ନାହାଁନ୍ତି ମୋଦି ! ଦେଶର ଦାୟିତ୍ୱ ନେବା ପରଠାରୁ କରି ଚାଲିଛନ୍ତି କର୍ତବ୍ୟ

42

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ଦିନଟିଏ ବି ଛୁଟି ନେଇନାହାନ୍ତି। ସେ ଆଜି ଯାଏଁ ପ୍ରଧାନମନ୍ତ୍ରୀ ଭାବେ ବିନା ଛୁଟିରେ କାମ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛୁଟି ନେଇଛନ୍ତି କି ନାହିଁ ସେ ବିଷୟରେ ସୂଚନା ଅଧିକାର ଆଇନ ବଳରେ କ୍ୟାବିନେଟ ସେକ୍ରଟାରିଙ୍କୁ ତଥ୍ୟ ମାଗାଯାଇଥିଲା। ସେ ବିଷୟରେ ଥିବା ନିୟମ ବିଷୟରେ ବି ଆବେଦନକାରୀ ଜାଣିବାକୁ ଚାହିଁଥିଲେ। ଏବେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଛୁଟି ନେଇ ନଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି।

ଏଥିସହ ପୂର୍ବତନ ୬ ଜଣ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅଟଳ ବିହାରୀ ବାଜପେୟୀ, ନରସିଂହା ରାଓ, ଏଚ୍‌ ଡି ଦେବେଗୌଡା, ଆଇ କେ ଗୁଜୁରାଲ ଓ ରାଜୀବ ଗାନ୍ଧୀ ଛୁଟି ନେଇଥିଲେ କି ନାହିଁ ସେ ବିଷୟରେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗାଯାଇଥିଲା । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏବେ ଦସ୍ତାବେଜ ସମ୍ପୃକ୍ତ ବିଭାଗରେ ଉପଲବ୍ଧ ନଥିବା କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।