ଗୋଟିଏ ମଂଚରେ ପାଖାପାଖି ବସିଲେ ମୋଦି ଓ ମନମୋହନ: ଶିଖ୍ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଗୋଟିଏ ମଂଚରେ ଦୁଇ ବିରୋଧୀ ଏକାଠି ହେବାକୁ ନେଇ ଚର୍ଚ୍ଚା

167

କନକ ବ୍ୟୁରୋ: ପାଖାପାଖି ବସିଲେ ମୋଦି ଓ ମନମୋହନ । ୧୦ମ ଶିଖ୍ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଏହି ରୋଚକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ମଂଚ ତଳେ ଏକାଠି ହେଲେ ରାଜନୀତିର ଦୁଇ ବିରୋଧୀ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।

ଗୁରୁ ଗୋବିନ୍ଦ ସିଂଙ୍କ ସ୍ମାରକୀ ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ ରଖିଥିଲେ ଆଉ ମଂଚ ତଳେ ଧ୍ୟାନ ଦେଇ ମୋଦିଙ୍କୁ ଶୁଣୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଅଭିଭାଷଣ ଶେଷ ହେବା ପରେ ଦୁଇ ନେତା ପାଖାପାଖି ବସିଥିଲେ ।

ସେହିପରି କାର୍ଯ୍ୟକ୍ରମ ପରେ ଦୁହେଁ ପରସ୍ପରର ଆଗପଛ ହୋଇ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏତେ ସମୟ ପାଖାପାଖି ରହିଥିଲେ ମଧ୍ୟ ଦୁହେଁ କଥା ହୋଇ ନଥିବା ଦେଖିବାକୁ ମିଳିଥିଲା । ରାଜନୀତିରେ ପରସ୍ପରର ଦୁଇ ବିରୋଧୀ ଏଭଳି ଏକାଠି ବସିବାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି ।