ମୋଦିଙ୍କ ସ୍ୱାଗତ ଫୁଲତୋଡାରେ ନୁହେଁ ଗୋଟିଏ ଫୁଲରେ କରନ୍ତୁ ! ସମସ୍ତ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଆଦେଶ

34

ଆଉ ଫୁଲତୋଡାରେ ହେବନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ । ଏନେଇ ଏକ ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ରୀୟ ଗୃହମନ୍ତ୍ରାଳୟ । ଏହା ସହ ସମସ୍ତ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ବିନା ଫୁଲତୋଡାରେ କରିବାକୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଫୁଲତୋଡା ପରିବର୍ତ୍ତେ ଏକ ଖଦି ରୁମାଲ୍ କିମ୍ବା ବହି ମାଧ୍ୟରେ କରିବାକୁ ଏହି ଆଦେଶରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ମୋଦି ଜନାତଙ୍କୁ ଶୁଭକାମନା ସ୍ୱରୂପ ପୁଷ୍ପଗୁଚ୍ଛ ପରିବର୍ତ୍ତେ ପୁସ୍ତକ ଦେଇ କରିବାକୁ ଅପିଲ୍ କରିଥିଲେ । ଏହା ସହ ସେ କହିଥିଲେ, ପାଠ ପଢିବାଠାରୁ ଅଧିକ ଆନନ୍ଦ ଅନ୍ୟ କୌଣସିଥିରେ ମିଳେ ନାହିଁ । ଏବଂ ଜ୍ଞାନ ଠାରୁ ବଡ କିଛି ନାହିଁ । ତେଣୁ ସମସ୍ତ ରାଜ୍ୟର ମୁଖ୍ୟ ପ୍ରଶାସକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଏହି ଅନୁରୋଧକୁ ପାଳନ କରିବାକୁ କୁହାଯାଇଛି ।