ବାରଣାସୀ ଗସ୍ତର ଦ୍ୱିତୀୟ ଦିନରେ ସହନସାପୁରଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ମୋଦି

46

କନକ ବ୍ୟୁରୋ: ବାରଣାସୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସହନସାପୁର ଯାଇଛନ୍ତି । ସେଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି ଶୌଚାଳୟ ପାଇଁ ଇଟା ଯୋଡେଇ କରି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ ।

ଏହାପରେ ସହନସାପୁରରେ ପଶୁ ଆରୋଗ୍ୟ ମେଳାର ଶୁଭ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ୟୁପି ରାଜ୍ୟପାଳ ରାମ ନାଏକ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପଶୁ ଆରୋଗ୍ୟ ମେଳାରେ ବୁଲି ବୁଲି ଚାଷୀ ଓ ପଶୁ ଡାକ୍ତରଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ।

ଏହା ପରେ ୟୁପି ସରକାରଙ୍କ ଚାଷୀଙ୍କ ରୁଣ ଛାଡ ଯୋଜନାର ସାର୍ଟିଫିକେଟ ଚାଷୀଙ୍କ ଦେବେ । କିଛି ବ୍ୟକ୍ତିଙ୍କୁ ହାଉସିଙ୍ଗ ଲୋନର ପ୍ରମାଣପତ୍ର ମଧ୍ୟ ବଂଟନ କରିବେ ନରେନ୍ଦ୍ର ମୋଦି । ସେହିପରି ସାହନସାପୁରରେ ଆୟୋଜିତ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।