ଦୁଇ ଦିନିଆ ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ! ୧୭ଟି ଯୋଜନାର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି

81

କନକ ବ୍ୟୁରୋ : ଦୁଇ ଦିନିଆ ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ନିଜର ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରୁଛନ୍ତି । ଏହି ଗସ୍ତରେ ମୋଦି ଅନେକ କାର୍ଯ୍ୟକ୍ରମରେ Narendra Modiଯୋଗଦେବାର ଯୋଜନା ରହିଛି । ଏହାସହ ସେଠାର ଅନେକ ଯୋଜନାର ଆରମ୍ଭ କରିବେ ମୋଦି । ମୋଦି ସନ୍ଧ୍ୟାରେ ବାରାଣାସୀର ଦୁର୍ଗା ମନ୍ଦିରରେ ପୂଜା ମଧ୍ୟ କରିବେ । ତେବେ ସୂଚନା ଅନୁସାରେ ପରିବେଶ ଓ ସ୍ୱାସ୍ଥ୍ୟ, ପଶୁପଳାନ. ସଂସ୍କୁୃତି ଓ ଆଧାତ୍ମିକତା , ଆର୍ଥିକ ସମାବେଶ, ରେଲୱେ ଓ କିଛି ସାଧାରଣ ସୁବିଧା ଆଦି ଯୋଜନାର ଶୁଭାରମ୍ଭ କରିବେ ଅପରାହ୍ନ ୨.୪୫ ରେ ବାରାଣାସୀ ପହଞ୍ଚିବେ ମୋଦି ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତରେ ବାଡ଼ା ଲାଲାପୁରରରେ ଦେଶକୁ ଦୀନଦୟାଲ ହସ୍ତକଳା ସଙ୍କୁଳ ହସ୍ତଶିଳ୍ପ ପାଇଁ ଏବ ସୁବିଧା କେନ୍ଦ୍ର ସମର୍ପତି କରିବେ । ତେବ ଏଠାରେ କିଛି ସମୟ ରହି ଏଠାରେ ଥିବା ସୁବିଧା ନିରୀକ୍ଷଣ କରିବେ । ଏହାସହ ନରେନ୍ଦ୍ର ମୋଦି ଭିଡ଼ିଓ ଲିଙ୍କ୍ ମଧ୍ୟମରେ ମହାମନା ଏକ୍ସପ୍ରେସକୁ ପତାକା ଦେଖାଇବେ । ଏହି ଟ୍ରେନ୍ ବାରାଣାସୀ ସହରକୁ ଗୁଜୁରାଟ, ସୁରଟ ଓ ବଡ଼ଦୋରା ସହ ଯୋଡ଼ିବ । ଏହି ସ୍ଥାନରେmodi ପ୍ରଧାମନ୍ତ୍ରୀ ମୋଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପସ୍ଥାନପ ମଧ୍ୟ କରିବାର ଯୋଜନା ରହିଛି । ଏହା ବ୍ୟତୀତ ଏଠାରେ ଉତ୍କର୍ଷ ବ୍ୟାଙ୍କ୍ ସେବାର ଉଦଘାଟନ କରିବେ ମୋଦି । ଉତ୍କର୍ଷ ବ୍ୟାଙ୍କ ମାଇକ୍ରୋ ଫାଇନାନ୍ସ କ୍ଷେତ୍ରରେ ସ୍ୱତନ୍ତ୍ରତା ହାସଲ କରିଛି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାରାଣାସୀର ଐତିହାସିକ ତୁଳସୀ ମାନସ ମନ୍ଦିରର ଦର୍ଶନ କିରବେ । ଏହାସହ ମୋଦି ଆଜି ରାମାୟଣ ଉପରେ ଆଧାରିତ ଡାକ ଟିକଟ ଜାରି କରିବେ । ଏହାପରେ ସହରର ଥିବା ଦୁର୍ଗା ମା’ ଙ୍କ ମନ୍ଦିର ଦର୍ଶନ କରିବାର ଯୋଜନା ରହିଛି ।

ତା’ପର ଦିନ ଅର୍ଥାତ୍ ୨୩ ସେପ୍ଟେ୍ମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାହାରଙ୍ଗପୁର ଗାଁରେ ଏକ ସ୍ୱଚ୍ଛତା ସମ୍ମନ୍ଧୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏହାପରେ ମୋଦି ଗ୍ରାମୀଣ ଓ ସହରର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଇଁ ଯୋଗ୍ୟଥିବା ଲୋକଙ୍କୁ ପ୍ରମାଣପତ୍ର ବିତରଣ କରିବେ ଓ ସଭାକୁ ସମ୍ବୋଧିତ କରିବେ ।