ଜଲିକାଟୁ ନେଇ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ! କହିଛନ୍ତି “ତାମିଲନାଡୁର ସମୃଦ୍ଧ ସଂସ୍କୃତିକୁ ନେଇ ସେ ଗର୍ବିତ’

30

କନକ ବ୍ୟୁରୋ : ତାମିଲନାଡୁର ସଂସ୍କୃତି ଓ ପରମ୍ପରା ସହ ଜଡିତ ଜଲିକାଟୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି କହିଛନ୍ତି ତାମିଲନାଡୁର ସମୃଦ୍ଧ ସଂସ୍କୃତିକୁ ନେଇ ସେ ଗର୍ବିତ । ତାମିଲନାଡୁବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ନେଇ ଥିବା ଅଭିଳାଷକୁ ପୁରଣ କରିବା ପାଇଁ ପଦକ୍ଷେପ ନିଆଯିବ । କେନ୍ଦ୍ର ସରକାର ତାମିଲନାଡୁର ପ୍ରଗତି ପାଇଁ ସଦାସର୍ବଦା ଉଦ୍ୟମ କରୁଥିବା ନିଜ ଟ୍ୱିଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।