ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ମୟୁରଭଞ୍ଜରେ ଏଲପିଜି ହିତାଧିକାରୀଙ୍କ ସହ ସିଧାସଳଖ କଲେ ଆଲୋଚନା

33

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ମୟୂରଭଞ୍ଜର ମହିଳା ଏଲପିଜି ହିତାଧିକାରୀଙ୍କ ସହ ନମୋ ଆପ୍ ଜରିଆରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଧାସଳଖ ଆଲୋଚନା କରିଛନ୍ତି ମୋଦି । ଆଲୋଚନାରେ ମୋଦି କହିଛନ୍ତିି ଗ୍ୟାସ କନେକ୍ସନ ଦ୍ୱାରା ମହିଳାଙ୍କ ଜୀବନଧାରଣମାନରେ ଉନ୍ନତି ଆସିଛି । ସେହିପରି ମୟୂରଭଞ୍ଜର ସୁଚିସ୍ମିତା କହିଛନ୍ତି ଏହା ଦ୍ୱାରା ତାଙ୍କର ସମୟ ବଳିଛି ।

ଏଥିପାଇଁ ଭୁବନେଶ୍ୱର ଆଓସିଏଲ୍ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ମୋଦି କହିଥିଲେ ଯାହା ୭୦ ବର୍ଷରେ ହୋଇନଥିଲା ତାହା ମାତ୍ର ୪ବର୍ଷରେ ହୋଇପାରିଛି । ୨୦୧୪ ସୁଧା ଦେଶରେ ମାତ୍ର ୧୩ ଲକ୍ଷ ଏଲପିଜି କନେକସନ ଦିଆଯାଇଥିଲା । କିନ୍ତୁ ଗତ ୪ବର୍ଷରେ ୧୦ କୋଟି ଏଲପିଜି ଗ୍ୟାସ କନେକ୍ସନ ଦିଆଯାଇଛି । ଆଗକୁ ଆହୁରି ଅଧିକ ଗ୍ୟାସ କନେକ୍ସନ ଦିଆଯିବ ବୋଲି କହିଛନ୍ତି ମୋଦି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ଭୁବନେଶ୍ୱର ଆଇଓସିଏଲ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ।