ମନମୋହନଙ୍କୁ ଜଣା ରେନକୋଟ ପିନ୍ଧି ଗାଧୋଇବା କଳା : ସଂସଦରେ ମୋଦି କଲେ ଟାର୍ଗେଟ

22

କନକ ବ୍ୟୁରୋ : ରେନକୋଟ୍ ପିନ୍ଧି ଗାଧୋଇବା କଳା ମନମୋହନଙ୍କୁ ଜଣା । ତାଙ୍କ ସମୟରେ ଅନେକ ଦୁର୍ନୀତି ହୋଇଛି । କିନ୍ତୁ ଟିକିଏ ବି ଦାଗ ତାଙ୍କ ଦେହରେ ଲାଗି ନାହିଁ । ଏହି କଳାକୁ  ତାଙ୍କ ଠାରୁ ଶିଖିବା ଦରକାର । ଆଜି ରାଜ୍ୟସଭାରେ ଏଭଳି ଢ଼ଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଛନ୍ତି ମନମୋହନ ୩୦ରୁ ୩୫ବର୍ଷ ହେବ ସିଧାସଳଖ ଭାରତୀୟ ଅର୍ଥନୀତି ନିଷ୍ପତି ସହ ଜଡିତ ହୋଇ ରହିଛନ୍ତି । ଭାରତରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଦେଶ ସ୍ୱାଧୀନ ହେବାର ଅଧା ସମୟ ଏଭଳି ଦାୟିତ୍ୱରେ ରହିଛନ୍ତି ।