ଉଦୟ ହେଉଛି ଏକ ନୂତନ ଭାରତ ! ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ମୋଦିଙ୍କ ଉଦବୋଧନ

51

କନକ ବ୍ୟୁରୋ : ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଉତ୍ସବର ମାହୋଲ । ଉତରପ୍ରଦେଶରେ ବିପୁଳ ବିଜୟ ପାଇଁ ଖୁସି ମନାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଜେପି ନେତା । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକ ଅବସରରେ ବିପୁଳ ସଂଖ୍ୟାରେ ବିଜେପି କର୍ମକର୍ତା ମୋଦିଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ନିର୍ବାଚନରେ ମତଦାନ ବୃଦ୍ଧି ଲୋକତନ୍ତ୍ର ପାଇଁ ଶୁଭ ସଂକେତ ବୋଲି କହିଛନ୍ତି ମୋଦି । ଏଥର ଗରିବ ଶ୍ରେଣୀର ଲୋକେ ଭୋଟ୍ ଦେବା ପାଇଁ ଆଗକୁ ଆସିଛନ୍ତି । ତେଣୁ ନୂତନ ଭାରତର ମୂଳଦୁଆ ପଡିବା ଭଳି ଲାଗୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗରିବଙ୍କୁ ସୁଯୋଗ ମିଳିଲେ ଦେଶର ବିକାଶ ହେବ । ମଧ୍ୟମ ବର୍ଗଙ୍କ ଉପରୁ ବୋଝ କମିବା ଉଚିତ୍ । ଏହା ସହ ବିଜେପି ବିଶ୍ୱର ସବୁଠୁ ବଡ ସଂଗଠନ ବୋଲି ମୋଦି କହିଛନ୍ତି ।