ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧ ପରିକର ! ପୂର୍ବୋଦୟୋରୁ ପ୍ରଗତିର କଥା କହିଲେ ପ୍ରଧାନମନ୍ତ୍ରୀ ।

255

କନକ ବ୍ୟୁରୋ : ଆଇଆଇଟି ଅରୁଗୁଳରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଓଡିଶାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଉଚ୍ଚଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗ୍ୟାସ, ରୋଡ ଏବଂ ଓଡିଶା ସଂସ୍କୃତିର ବିକାଶ ଦିଗରେ ଏହି ପ୍ରକଳ୍ପ ଗୁଡିକ ସହାୟକ ହେବ । ଓଡିଶାର ବିକାଶ ପାଇଁ ଏହି ଯୋଜନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବ ଭାରତର ବିକାଶ ପାଇଁ ଧ୍ୟାନ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହା ସହ ମୋଦି କହିଛନ୍ତି, ପୂର୍ବ ଭାରତ ପୂର୍ବ ଏସିଆର ଗେଟୱେ ହେବ । ସବକା ସାଥ୍ ସବକା ବିକାଶର ମନ୍ତ୍ର ନେଇ ଓଡିଶାର କୋଣ ଅନୁକୋଣର ବିକାଶର ସଙ୍କଳ୍ପ ନେଇ କେନ୍ଦ୍ର ସରକାର ଆଗକୁ ବଢୁଥିବା ମୋଦି କହିଛନ୍ତି ।

ମୋଦି କହିଛନ୍ତି, ଇତିହାସରେ ଏଭଳି ପ୍ରଥମ ଥର ପାଇଁ ହୋଇଛି, ଯେଉଁଠି କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବ ଭାରତର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି । ମୋଦି କହିଛନ୍ତି କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ତେବେ ଆଜି ଆଇଆଇଟି ଅରୁଗୁଳର ଉଦଘାଟନ କରିବା ସହ ମୋଦି କହିଛନ୍ତି, ଆଇଆଇଟି ଅରୁଗୁଳ ପାଇଁ ୧ ହଜାର ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଆଇଆଇଟି ଭୁବନେଶ୍ୱର ଓଡିଶାର ଯୁବକ ମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହା ସହ ଆଦିବାସୀ ଭାଇଭାଉଣୀଙ୍କ ଜୀବନକୁ ଉନ୍ନତ କରିବାକୁ ଏହି ପ୍ରୟାସ କରାଯାଇଥିବା ମୋଦି କହିଛନ୍ତି ।

ଓଡିଶା ହେବ ପେଟ୍ରୋଲିୟମ୍ ହବ୍ । ଓଡିଶା ନ୍ୟୁ ଇଣ୍ଡିଆର ଇଞ୍ଜିନ୍ ହେବ । ତେଲ ଓ ଗ୍ୟାସ ନେଇ ଓଡିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ ମୋଦି କହିଛନ୍ତି, ପୂର୍ବ ଭାରତର ପେଟ୍ରୋଲିୟମ୍ ହବ୍ ହେବ ଓଡିଶା । ଓଡିଶାରେ ସିଏନଜି ଲାଇନ୍ ବିଛାଇବାକୁ ବ୍ୟବସ୍ଥା କରାଯାଉଥିବା ମୋଦି କହିଛନ୍ତି । ବୋକାରୋ-ଅନୁଗୁଳ ପାଇପଲାଇନ୍ ଓଡିଶାର ସ୍ୱପ୍ନ ସାକାର କରିବ । ସେହିପରି ପାଇକ ବିଦ୍ରୋହ ସ୍ମୃତିରେ ଡାକ ଟିକେଟ୍ ଓ ମୁଦ୍ରା ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଳିତଗିରିରେ ହୋଇଥିବା ସଂଗ୍ରହାଳୟ ବିଦେଶୀ ରିସର୍ଚ୍ଚରଙ୍କୁ ଆକର୍ଷିତ କରିବ ବୋଲି ମୋଦି କହିଛନ୍ତି ।