ଲୋକସଭାରେ କଂଗ୍ରେସକୁ ଟାର୍ଗେଟ : ତିନି ତଲାକ ବିଲରେ ରାଜନୀତି ରଙ୍ଗ ନଲଗାଇବାକୁ ଅନୁରୋଧ

81

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିଶାନା କରିଛନ୍ତି । କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, ବହୁ ଉଚ୍ଚରେ ଉଡ଼ୁଛି କଂଗ୍ରେସ । ଏତେ ଦୂରତା ଯୋଗୁଁ କଂଗ୍ରେସକୁ ଭୂମି ଦୃଶ୍ୟମାନ ହେଉନାହିଁ । ଆଉ ଏଥିପାଇଁ ଭୂମିରୁ କଂଗ୍ରେସର ମୂଳୋତ୍ପାଟନ ହୋଇଯାଇଛି । ବିଜେପିର କଂଗ୍ରେସ ସହ କୌଣସି ମୁକାବିଲା ନାହିଁ । ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ଅବଗତ ନୁହେଁ କଂଗ୍ରେସ  । ଆମର ଶୁଭେଚ୍ଛା ଓ ଶୁଭକାମନା ନେଇ ଉପରକୁ ଯାଉ କଂଗ୍ରେସ । ହେଲେ ଏତେ ଉପରେ ଉଡ଼ିବା ମଧ୍ୟ ଶୁଭଙ୍କର ସଙ୍କେତ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଭୂମି ସହ ଯୋଡ଼ି ହୋଇ ରହିବା ପାଇଁ ଚାହୁଁ ।

କଂଗ୍ରେସ କେବେ ଗାନ୍ଧି ନେହରୁ ପରିବାରରୁ ବାହାରକୁ ଆସି କାହାକୁ ଗ୍ରହଣ କରିନି । କାହାର ଭଲ କାମକୁ ବି ପ୍ରଶଂସା କରେନି । ଉଦାହରଣ ସ୍ୱରୂପ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓ ନରସିଂହ ରାଓଙ୍କ ଉଦାହରଣ ରଖିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଥିଲେ ଆମେ ଭିନ୍ନ ଭାବରେ ଚିନ୍ତା କରୁ, ଆମେ ସବୁକୁ ଅନୁଭବ କରୁ ଏବଂ ଦେଶର ସବୁ ନାଗରିକ ଭାରତର ପ୍ରଗତି ପାଇଁ କାମ କରନ୍ତି ଏହାକୁ ଗ୍ରହଣ କରୁ । ଏହା ସହିତ ଦେଶର ଜରୁରୀ କାଳିନ ସମୟର କଥା ମନେ ପକାଇ ଦେଇଥିଲେ ମୋଦି । କଂଗ୍ରେସକୁ ଏହାକୁ ନେଇ ମୋଦି କହିଥିଲେ ଦେଶର ଗଣତନ୍ତ୍ରରେ ଏହି ଜରୁରୀ କାଳୀନ ସ୍ଥିତି ଏକ ଏପରି ଦାଗ, ଯାହାକୁ କେବେ ବି ଲିଭାଯାଇପାରିବନି ।

କଂଗ୍ରେସ ମହିଳା ଶସକ୍ତିକରରଣ ଅନେକ ସୁଯୋଗ ହରାଇଛି । ବର୍ତ୍ତମାନ ବିଜେପି ସରକାରରେ ତିନି ତଲାକ୍ ବିଲ ଆଣିିଛି । ୩୫ ବର୍ଷ ପରେ କଂଗ୍ରେସ ପାଇଁ ସୁଯୋଗ ଆସିଛି, ତିନି ତଲାକ ବିଲରେ ରାଜନୀତି ରଙ୍ଗ ଢ଼ାଳିବା ଠିକ୍ ନୁହଁ । ଏହାସହ ମୋଦି କହିଛନ୍ତି ଦେଶରେ ଗଠନାତ୍ମକ ପରିବର୍ତ୍ତନ ପାଇଁ ସମୟ ଆବଶ୍ୟକ । ୭୦ ବର୍ଷର ରୋଗକୁ ମାତ୍ର ୫ବର୍ଷରେ ଦୂର କରିବା କାଠି କର ପାଠ । କିନ୍ତିୁ ବିଜେପି ସରକାରେ କଷ୍ଟକର ରାସ୍ତାକୁ ଆପଣାଇ ସେ ଦିଗରେ ଅଗ୍ରସର ହେଉଛି । ଲକ୍ଷ୍ୟରୁ ପଛକୁ ନହଟି ଆଗକୁ ଆଗେଇବା ପାଇଁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଗରିବ  କଲ୍ୟାଣ ସହ ଆଧୁନିକ ଭାରତର ଆଗେଇ ନେବାପାଇଁ ଚେଷ୍ଟା ଜାରି ରଖିଛି ।

ଏବେ ଜୟ ପରାଜୟ ଚିନ୍ତା କରିବାର ସମୟ ନାହିଁ । ଦେଶବାସୀଙ୍କ ସ୍ୱପ୍ନ ଓ ଆଶା କେବଳ ଆଖି ଆଗରେ ରହିଛି । ୨୦୧୪ରେ ଜନତା ସୁଯୋଗ ଦେଇତିଲେ । ପୁଣି ଥରେ ମୋ ସରକାର ଉପରେ ଭରସା କରିଛନ୍ତି ଜନତା । ସେମାନଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ମୋ ସରକାର ଗରିବଙ୍କ ପାଇଁ ସମର୍ପିତ ।