ନିଜ ଟ୍ୱିଟର ପେଜରୁ ଚୌକିଦାର ଟ୍ୟାଗ ହଟାଇଲେ ମୋଦି । କର୍ମୀ ଏବଂ ସମର୍ଥଙ୍କୁ ଏପରି କରିବାକୁ କଲେ ଅପିଲ, ଜାଣନ୍ତୁ କାହିଁକି

ବିଜୟ ମୁକୁଟ ପିନ୍ଧିବା ସହିତ ତାଙ୍କ ଟ୍ୱିଟର ଆକାଉଣ୍ଟ ରୁ ଚୌକିଦାର ଟ୍ୟାଗକୁ ହଟାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

657

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଛି ବଡ ସଫଳତା । ବାରାଣାସିରୁ ବିଜୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୟ ମୁକୁଟ ପିନ୍ଧିବା ସହିତ ତାଙ୍କ ଟ୍ୱିଟର ଆକାଉଣ୍ଟ ରୁ ଚୌକିଦାର ଟ୍ୟାଗକୁ ହଟାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ରାହୁଲ ଗାନ୍ଧୀ, ‘ଚୌକିଦାର ଚୋର ହେ’ ବାରମ୍ବାର ଏପରି କହି ମୋଦଙ୍କୁ ଆକ୍ଷେପ କରିଆସୁଥିଲେ । ତେଣୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ଆକାଉଣ୍ଟରେ ‘ଚୌକିଦାର’ ଟ୍ୟାଗ ଯୋଡିଥିଲେ । କେବଳ ମୋଦି ନୁହଁନ୍ତି ତାଙ୍କ ସମେତ ସମସ୍ତ ବିଜେପି କର୍ମୀ ଏବଂ ସମର୍ଥକ ମଧ୍ୟ ଟ୍ୱିଟର ଆକାଉଣ୍ଟରେ ଚୌକିଦାର ଟ୍ୟାଗ ଯୋଡିଥିଲେ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ବାରାଣାସିରୁ ଜିତିବା ପରେ ଟ୍ୱିଟର ଆକାଉଣ୍ଟରୁ ଚୌକିଦାର ଟ୍ୟାଗକୁ ହଟାଇ ଦେଇଛନ୍ତି ।

ଏହା ସହିତ ମୋଦି ଟ୍ୱିଟ କରି କହିଛନ୍ତି, ଜନତା ଦେଶର ସୁରକ୍ଷା, ଭ୍ରଷ୍ଟାଚାରକୁ ହଟାଇବା ପାଇଁ ପୁଣିଥରେ ମୋଦିଙ୍କୁ ବାଛିଛନ୍ତି । ତେଣୁ ଏବେ ସମୟ ଆସିଯାଇଛି ଏହି ଭାବନାକୁ ଆହୁରି ଆଗକୁ ନେବା ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ଏହା ମଧ୍ୟ କହିଛନ୍ତି କି, ମୁଁ ଚୌକିଦାର ଶବ୍ଦକୁ ଟ୍ୱିଟର ହ୍ୟାଣ୍ଡେଲରୁ ହଟାଉଛି ସତ କିନ୍ତୁ ମୋ ଭିତରେ ଚୌକିଦାର ରହିଛି । ଏହା ସହିତ ମୋଦି ସମସ୍ତ ବିଜେପି କର୍ମୀ ଏବଂ ସମର୍ଥକଙ୍କୁ ଚୌକିଦାର ଶବ୍ଦ ହଟାଇବାକୁ ଅନୁରୋଧ କରିଛନ୍ତି । ମୋଦିଙ୍କ ଅନୁରୋଧ କ୍ରମେ ବିଜେପି ଚାଣକ୍ୟ ଅମିତ ଶାହା ଏବଂ ରାଜନାଥ ସିଂ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଚୌକିଦାର ଟ୍ୟାଗକୁ ହଟାଇ ଦେଇଛନ୍ତି ।