ସିନ୍ଧୁରେ ବୋହିବନି ରକ୍ତର ସୁଅ ! ସିନ୍ଧୁ ସମୀକ୍ଷାରେ ମୋଦିଙ୍କ କଡା ଆଭିମୁଖ୍ୟ

42

କନକ ବ୍ୟୁରୋ : ଉରୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ଚୁକ୍ତି ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କହିଛନ୍ତି, ରକ୍ତ ଓ ପାଣି ଏକା ସାଙ୍ଗରେ ବୋହିପାରିବ ନାହିଁ । ଭାରତରୁ ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ଜଳ ଉପରେ ନିୟନ୍ତ୍ରଣ ବଢାଇବାକୁ ମୋଦି ସରକାର ସଙ୍କେତ ଦେଇଛନ୍ତି ।

୧୯୬୦ ମସିହାରେ ପାକିସ୍ତାନ ସହିତ ହୋଇଥିବା ସିନ୍ଧୁ ଚୁକ୍ତି ବାତିଲ ପାଇଁ ଭାରତ ସରକାର ଉପରେ ଚାପ ବଢୁଥିବା ବେଳେ ଆଜି ଏନେଇ ସମୀକ୍ଷା କରିଛନ୍ତି ମୋଦି । ଭାରତ ଯଦି ଏହି ଚୁକ୍ତି ବାତିଲ କରେ, ତେବେ ପାକିସ୍ତାନ ମରୁଭୂମିରେ ପରିଣତ ହୋଇଯିବା ଆଶଙ୍କା ରହିଛି । ଉରି ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ସିନ୍ଧୁ ଚୁକ୍ତି ନେଇ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

ଏବେ ଦେଖନ୍ତୁ ଯଦି ଭାରତ ସିନ୍ଧୁ ଚୁକ୍ତିକୁ ବାତିଲ କରେ ତେବେ ପାକିସ୍ତାନ ଉପରେ ଏହାର କଣ ପ୍ରଭାବ ପଡିବ।