ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ : ବିରୋଧୀ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ର ପ୍ରକ୍ରିୟାରେ ସକ୍ରିୟ ରହିବା ଜରୁରୀ

195

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ । ପାର୍ଲାମେଂଟର ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ରରେ ସକ୍ରିୟ ରହିବା ଜରୁରୀ । କାରଣ ସବୁ ବିରୋଧୀ ଦଳଙ୍କ ମତ ଗଣତନ୍ତ୍ର ପାଇଁ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ସମସ୍ତେ ସହ ଯୋଗୀ ଭାବେ କାମ କରିବା ବୋଲି ଆଶା ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି ।

ଚଳିତ ଥର ସଦନରେ ଅଧିକ କାମ ହୋଇପାରିବ ବୋଲି ଆଶା ପ୍ରକଟ କରିଛନ୍ତି । ନିର୍ବାଚନ ପରେ ତଥା ନୂଆ ଲୋକସଭା ଗଠନ ପରେ ଆଜି ଅଧିବେଶନ ଆରମ୍ଭ । ନୂଆ ଆଶା, ଉନ୍ମାଦନା, ସ୍ୱପ୍ନ ନେଇ ନୂଆ ସାଥୀମାନେ କାମ କରିବେ । ସ୍ୱାଧୀନତା ପରେ ଚଳିତ ଥର ସବୁଠାରୁ ବଡ଼ ମତଦାନ ହୋଇଛି । ମହିଳାମାନେ ସର୍ବାଧିକ ଭୋଟ୍ ଦେଇଛନ୍ତି । ବିଜେପି ପୁଣି ଥରେ ବହୁମତରେ ସରକାର ଗଢ଼ିଲା । ତର୍କବିତର୍କ ସହ ସରକାରଙ୍କ ସହ ଆଲୋଚନା କରିବା ସରକାରଙ୍କୁ ବଳ ଦେବ ।

ବଜେଟ ଅଧିବେଶନର ଆଜି ପ୍ରଥମ ଦିନ ହୋଇଥିବା ବେଳେ ନବନିର୍ବାଚିତ ସାଂସଦ ନେବେ ଶପଥ । ପ୍ରୋଟେମ ସ୍ପିକର ନବ ନିର୍ବାଚିତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ବଜେଟ୍ ଅଧିବେଶକୁ ସୁରୁଖୁରରେ ଚଲାଇବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରିଥିଲେ । ସଂସଦକୁ ସୁରୁଖୁରୁରେ ଚଲାଇବା ଓ ଗଠନ ମୂଳକ ବତର୍କ କରିବା ପାଇଁ ସବୁ ଦଳର ସହୟାତ ଲୋଡିଥିଲେ ପ୍ରଧାନମନ୍ତ୍ରୀ ।