ବିଶ୍ୱର ୧୦ଜଣ ଶ୍ରେଷ୍ଠ କ୍ଷମତାଶାଳୀ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

85

କନକ ବ୍ୟୁରୋ : ବିଶ୍ୱର ଶ୍ରେଷ୍ଠ ଦଶ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପୁଣି ଥରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଷ୍ଠିତ ପତ୍ରିକା ଫୋର୍ବସ୍ ପକ୍ଷରୁ ପକାଶିତ ୧୦ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି ମୋଦି । ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୭୪ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୋଦି ନବମ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ।

ପୁତିନ ଲଗାତାର ଭାବରେ ଚତୁର୍ଥ ଥର ପାଇଁ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପରକୁ ଅର୍ଥାତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତୃତୀୟରେ ରହିଛନ୍ତି ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲ । ପତ୍ରିକା ପକ୍ଷରୁ କୁହାଯାଇଛି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ଦେଶର ସବୁଠୁ ଲୋକପ୍ରିୟ ନେତା  ।