ସମସ୍ତ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୋଦି ! ଶାସନର ତୃତୀୟ ବର୍ଷ ପୂର୍ତି ପୂର୍ବରୁ ନିଜ ନିଜ ବିଭାଗର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

18

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ବର୍ଷ ପୂର୍ତି ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ୫ଟି ବଡ଼ ସଫଳତା ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ମୋଦି ସରକାର ଆସିବା ପରେ ଯେଉଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଫାଇଦା ମିଳିଛି ସେ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି ।

ମୋଦି ସରକାର ମେ ୨୬ରେ ବର୍ଷ ପୂତି ପାଳନ କରିବାକୁ ଯାଉଥିବା ବେଳେ ବିଭିନ୍ନ ମନ୍ତ୍ରାଳୟ ଦ୍ୱାରା ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ କିଭଳି ସଂସ୍କାର ଅଣାଯାଇଛି ସେ ବାବଦରେ ରିପୋର୍ଟ ପ୍ରସ୍ତୁତ କରିଦେବାକୁ ମୋଦି ନିର୍ଦେଶ ଦେଇଛନ୍ତି ।