ପ୍ରଚଣ୍ଡ ବିଜୟ ପରେ ଯୋଶୀ-ଆଡଭାନୀଙ୍କ ସହ ସାକ୍ଷାତ କଲେ ମୋଦି ଏବଂ ଶାହ ! ବିଜେପି ପୁରୁଖାଙ୍କ ପାଦ ଛୁଇଁ କଲେ ପ୍ରଣାମ ।

1,139

ଲୋକସଭା ନିର୍ବାଚନ ୨୦୧୯ ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ପ୍ରଚଣ୍ଡ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଦଳର ପୁରୁଖା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସହ ସାକ୍ଷାତ କରି ବିଜୟର ଆଶିର୍ବାଦ ନେଇଥିଲେ ।

ଏହାପରେ ସେ ପାର୍ଟିର ଅନ୍ୟ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ସାକ୍ଷାତ କରିବାକୁ ପହଂଚିଥିଲେ । ଆଡଭାନୀଙ୍କ ସହ ସାକ୍ଷାତ ପରେ ମୋଦି ଟ୍ୱିଟ୍ କରି ଏହାର ସୂଚନା ଦେଇଥିଲେ ।

ଏହାଛଡା ମୁରଲୀ ମନୋହର ଯୋଶୀଙ୍କ ସହ ସାକ୍ଷାତ ହେବା ପରେ ମୋଦି ଲେଖିଥିଲେ , “ମୁରଲୀ ମନୋହର ଯୋଶୀ ଜଣେ ବିଦ୍ୱାନ ଏବଂ ବୁଦ୍ଧିଜୀବୀ ଲୋକ । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ସେ ବିଜେପିକୁ ଶକ୍ତ କରିବାର କାମ କରିଛନ୍ତି ଏବଂ ମୋ ଭଳି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ବଢିବାର ମଉକା ଦେଲେ । ମୁଁ ଆଜି ସକାଳୁ ତାଙ୍କୁ ଭେଟି ଧନ୍ୟ ମନେ କରୁଛି ।