ମହାରାଷ୍ଟ୍ରରେ କଂଗ୍ରେସ ଉପରେ ବର୍ଷିଲେ ମୋଦି ! ପ୍ରଥମ ଭୋଟ୍ ଏୟାରଷ୍ଟ୍ରାଇକ କରିଥିବା ବୀରଙ୍କ ନାମରେ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

106

କନକ ବ୍ୟୁରୋ : ସପ୍ତଦଶ ନିର୍ବାଚନ ପାଇଁ ମାତ୍ର ଗୋଟିଏ ଦିନର ବ୍ୟବଧାନ । ପୁଣି ଥରେ ସତ୍ତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତୃବୃନ୍ଦମାନେ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ବିଜେପି ସରକାର ଅମଳରେ ହୋଇଥିବା ଯୋଜାନକୁ ଜନସାଧାରଣଙ୍କ ନିକଟରେ ବଖାଣୁଛନ୍ତି । ଗୋଟିଏ ଦିନର ମତଦାନ ବ୍ୟଧାନ ସହ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରଚାରର ଶେଷ ଦିନରେ ଜନତାଙ୍କୁ ସାଧିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ମୋଦି ଆଜି ମହାରାଷ୍ଟ୍ରର ଲାତୁରରେ ଏକ ରାଲି କରିଛନ୍ତି ।

ଶିବସେନା ମ୍ୟୁଖ ଉଦ୍ଧବ ଠାକେଇ ମଧ୍ୟ ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉଦ୍ଧବଙ୍କ ହାତ ଧରି ଷ୍ଟେଜ୍ ଉପରକୁ ନେଇ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ସାନ ଭାଇ ଭାବେ ପରିଚିତ କରାଇଛନ୍ତି । ମେଂଟ ହେବା ପରେ ଶିବସୋନ ଓ ବିଜେପିର ଏହା ପ୍ରଥମ ରାଲି । ମୋଦି ଏଠାରେ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ କେବଳ ଗୋଟିଏ ପରିବାରର ବିକାଶ କରିବାରେ ଲାଗିଛି । ପାକିସ୍ତାନ ଯାହା ଚାହୁଁଛି ତାହା କଂଗ୍ରେସ କହୁଛି । ପାକିସ୍ତାନ ଯେଉଁ ଭାଷା କହୁଛି, ସେହି କଥା କଂଗ୍ରେସର ଘୋଷଣା ପତ୍ରରେ ରହିଛି ।

ନେତାଙ୍କ ଘରେ ହେଉଥିବା ଚଢ଼ାଉକୁ କଥା ମଧ୍ୟ ଉଠାଇଛନ୍ତି ମୋଦି । ୬ ମାସ ହେଲା ବିରୋଧୀ ଚୌକିଦାର ଚୋର ବୋଲି କହୁଛନ୍ତି । ଆଉ ଏବେ ନୋଟ୍ ବଣ୍ଡଲ୍ ସେମାନଙ୍କ ସହଯୋଗୀଙ୍କ ଘରୁ ବାହରୁଛି । ନୋଟ ବଳରେ ଭୋଟ କିଣିବା ପାଇଁ ପ୍ରୟାସ କରୁଛି କଂଗ୍ରେସ । ଚୌକିଦାର ନୁହେଁ ପ୍ରକୃତ ଚୋର କଂଗ୍ରେସ । ଏଥିପାଇଁ ଚୌକିଦାରକୁ ତାଙ୍କର ଡର ।

ଅନ୍ୟପଟେ ନିଜ ସରକାରଙ୍କ ନୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦୀ ଆଡ୍ଡାରେ ପଶି ମାରିବା ନୂଆ ଭାରର ନୀତି । ଆତଙ୍କକୁ ହରାଇବା ବିଜେପି ସରକାରଙ୍କର ସଙ୍କଳ୍ପ । ଯୁବ ଭୋଟରଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ପ୍ରଥମ ଭୋଟ ଏୟାରଷ୍ଟ୍ରାଇକ କରିଥିବା ବୀରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ଆବଶ୍ୟକ ।