ମହାଦେବଙ୍କ ଶରଣରେ ନରେନ୍ଦ୍ର ମୋଦି । ହର୍ଷିଲରେ ଯବାନଙ୍କ ସହ ପାଳିଲେ ଦୀପାବଳି

କେଦାରନାଥ ଗସ୍ତରେ ପ୍ରଧାନମନ୍ତ୍ରୀ

82

କନକ ବ୍ୟୁରୋ: ମହାଦେବଙ୍କ ଶରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେଦାରନାଥ ଗସ୍ତରେ ଯାଇଛନ୍ତି ମୋଦି । ଆଜି ଉତରାଖଣ୍ଡରେ ପହଂଚିବା ପରେ ସେ ଭାରତ ଚୀନ ସୀମାକୁ ଯାଇ ନିୟୋଜିତ ଥିବା ଯବାନମାନଙ୍କ ସହ ଦିପାବଳୀ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । । ଉତରାଖଣ୍ଡ ହର୍ଷିଲ ସୀମାରେ ନିୟୋଜିତ ଥିବା ଯବାନଙ୍କ ସହ ମୋଦି ପାଳିଛନ୍ତି ଦୀପାବଳି ।

ଖାଲି ମୋଦି ନୁହଁନ୍ତି ସ୍ଥଳସେନା ମୁଖ୍ୟ ବିପିର ରାୱତ ଓ ଅନ୍ୟ ସେନା ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ୧୧ଫୁଟ ଉଚ୍ଚରେ ନିୟୋଜିତ ଯବାନଙ୍କ ସହ ଦୀପାବଳି ମନାଇ ସେ ତାଙ୍କ ମନୋବଳ ବଢାଇଛନ୍ତି । ଯବାନଙ୍କୁ ଭେଟିବା ପରେ ମୋଦି କେଦାରନାଥ ମନ୍ଦିର ଯାଇଛନ୍ତି । ତେବେ ହର୍ଷିଲ ସୀମା ଭାରତ-ଚୀନ ସୀମାଠାରୁ ପାଖାପାଖି ୪୫ କିଲୋମିଟର ଦୂର । ଯବାନଙ୍କୁ ଭେଟିବା ସହ ମୋଦି କେଦାରନାଥ ମନ୍ଦିର ଯାଇଛନ୍ତି । ୨୦୧୪ରୁ ମୋଦି ଲଗାତର ଭାବେ ପ୍ରତିବର୍ଷ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ।

ସେପଟେ, ସୀମାରେ ଦୀପାବଳୀ ପାଳିଛନ୍ତି ଯବାନ । ସାରା ଦେଶରେ ଲୋକ ଦୀପାବଳୀକୁ ଧୁମଧାମରେ ପାଳନ କରୁଥିବାବେଳେ ସୀମାରେ ଯବାନମାନେ ନିଜ ଘରଠାରୁ ଦୂରରେ ରହି ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି । ଦେଶର ସୁରକ୍ଷା ପାଇଁ ଦିନ ରାତି ସୀମାରେ ଶତ୍ରୁକୁ ଜଗୁଥିବା ଯବାନ ଦୀପାବଳୀ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ଜମ୍ମୁ ସୀମାର ଆରଏସପୁରା ସେକ୍ଟରରେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିଛନ୍ତି ଯବାନ । ଦୀପ, ମହମବତୀ, ଝୁରଝୁରୀ ଫୁଟାଇ ପରସ୍ପର ଭିତରେ ମିଠା ଖୁଆଇ ଏହି ପର୍ବକୁ ପାଳିତ କରିଛନ୍ତି ଯବାନ । ଏହା ସହ ଦେଶବାସୀଙ୍କୁ ଦୀପାବଳୀର ଅନେକ ଶୁଭକାମନା ଜଣାଇଛନ୍ତି । କିଛି ସମୟ ଦୀପାବଳୀ ପର୍ବକୁ ପାଳନ କରିବା ପରେ ସୀମାରେ ସୁରକ୍ଷା ପାଇଁ ବାହାରି ପଡ଼ିଥିଲେ ଯବାନ । ଦେଶବାସୀ ନିର୍ଭୟରେ ଦୀପାବଳୀ ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି ଯବାନ ।