ସର୍ଜିକାଲ ଷ୍ଟାଇକ୍ ଉପରେ ମୋଦିଙ୍କ ବଡ଼ ବୟାନ ! କହିଲେ, ଗୋଟିଏ ଥରରେ ସୁଧୁରିବନି ପାକିସ୍ତାନ

168

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାରରେ ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁ ଯବାନମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା, ସେମାନେ ଫେରିବା ପର୍ଯ୍ୟନ୍ତ ଆମେ ବେଶ୍ ଚିନ୍ତାରେ ଥିଲୁ । ସକାଳ ହେବା ପୂର୍ବରୁ ସୀମାରେ ପହଞ୍ଚିଯିବା ପାଇଁ ଯବାନମାନଙ୍କୁ କୁହାଯାଇଥିଲା । କିନ୍ତୁ ସମସ୍ତ ଯବାନ ଯେତେବେଳ ସକାଳ ପୂର୍ବରୁ ଫେରିପାରିନଥିଲେ ଚିନ୍ତା ଅଧିିକ ବଢ଼ିଯାଇଥିଲା ।

 

ପାକିସ୍ତାନ ଗୋଟିଏ ଥରରେ ସୁଧୁରିବ ନାହିଁ । ମୋଦିଙ୍କ ଏହି ବୟାନକୁ ବିରୋଧୀଙ୍କ ପାଇଁ ଏକ କଡ଼ା ଜବାବ୍ କୁହାଯାଉଛିି । କାରଣ ବିରୋଧୀ ଦଳ ମୋଦି ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ମୋଦି କହିଛନ୍ତି, ଏହା ବହୁତ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ।

ସୂଚନାଯୋଗ୍ୟ ୨୦୧୬ରେ ଉରିରେ ଆତଙ୍କୀ ଆକ୍ରମଣର ୧୦ ଦିନ ଭିତରେ ଏହାର ପ୍ରତିଶୋଧ ନେଇଥିଲା ଭାରତ । ଭାରତୀୟ ସେନା ଯୋଜନାବଦ୍ଧ ଭାବେ ୨୮-୨୯ ସେପ୍ଟେମ୍ବରରେ ଅର୍ଦ୍ଧ ରାତ୍ରିରେ ପାକିସ୍ତାର ସୀମାର ୩ କିମି ପର୍ଯ୍ୟନ୍ତ ପ୍ରବଶେ କରିଥିଲେ । ଆଉ ସେଠାରେ ଆତଙ୍କୀ ଠିକଣା ଗୁଡ଼ିକ ଉପରେ ଅତର୍କିତ ଆକ୍ରମଣ କରି ନଷ୍ଟ କରିଦେଇଥିଲେ । ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଜଣାପଡ଼ିବା ପରେ ବିରୋଧୀ ଦଳ ଏହାକୁ ଏକ ମୁଦ୍ଦା କରି ଜୋରଦାର ବିରୋଧ କରିଥିଲେ । ସରକାର ନିଜର ସ୍ୱାର୍ଥରକ୍ଷା ପାଇଁ ବା ପ୍ରତିଷ୍ଠା ପାଇଁ ଯବାନଙ୍କ ଜୀବନକୁ ବାଜିରେ ଲଗାଇଦେଇଥିଲେ ।