ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ : ୧୧୨ଫୁଟ ଉଚ୍ଚର ଶିବ ମୂର୍ତୀକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

82

201702211055566072_PM-Modi-Inaugurate-112-Feet-Statue-of-Adiyogi-Shiva-in_SECVPFକନକ ବ୍ୟୁରୋ : ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ । ୧୧୨ଫୁଟ ଉଚ୍ଚର ବିଶାଳକାୟ ଶିବ ମୂର୍ତୀକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଏମ୍ବାଟୁର ନିକଟରେ ସ୍ଥାପନ ହୋଇଥିବା ଏହି ପ୍ରତିମାର ଲୋକାର୍ପଣ କରିଛନ୍ତି ମୋଦି । ଏହି ପ୍ରତିମା ନିର୍ମାଣ ପାଇଁ ଦୀର୍ଘ ୮ ମାସ ସମୟ ଲାଗିଥିବା ବେଳେ ପ୍ରାୟ ଅଢ଼େଇ ବର୍ଷ ଧରି ବିଶେଷଜ୍ଞମାନେ ମୂର୍ତୀର ରୂପରେଖ ତିଆରି କରିଥିଲେ ।

Adiyogi-112ft-tall-face-lord-shiva-adiyogiପଶ୍ଚିମଘାଟ ପର୍ବତମାଳାର ପାଦ ଦେଶରେ ନିର୍ମିତ ହୋଇଥିବା ଏହି ପ୍ରତିମାର ଓଜନ ପ୍ରାୟ ୫ଶହ ଟନ୍ । ଏହି ମହାମୂର୍ତୀଟି ଆଦିଯୋଗୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ହିନ୍ଦୁ ଧର୍ମୀୟ ବିଶ୍ୱାସ ଅନୁସାରେ ଆଦିଯୋଗୀ ହେଉଛନ୍ତି ପ୍ରଥମ ଯୋଗୀ । ସେହିପରି ଏହି ମୂର୍ତୀର ଉଚ୍ଚତାକୁ ୧୧୨ ଫୁଟରେ ସୀମିତ ରଖିବା ପଛରେ ମଧ୍ୟ ଏକ ବିଶ୍ୱାସ ରହିଛି ।

ମଣିଷ ଜୀବନର ୧୧୨ଟି ଚକ୍ର ଆଧାରରେ ମୂର୍ତୀର ଉଚ୍ଚତାକୁ ୧୧୨ଫୁଟରେ ସୀମିତ ରଖାଯାଇଛି । କୁହାଯାଏ-ଯାହା ଜୀବନର ୧୧୨ଟି ଦିଗକୁ ନିରୁପଣ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ତାମିଲନାଡୁ ଏବଂ କେରଳ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।