ସିଙ୍ଗାପୁରରେ ମୋଦି ! କହିଲେ, ନିବେଶ ପାଇ ଉତ୍କୃଷ୍ଟ ସ୍ଥାନ ଭାରତ

84

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ-ଇଣ୍ଡିଆ ସମିଟରେ ଯୋଗ ଦେବାପାଇଁ ସିଙ୍ଗାପୁରରରେ ପହଞ୍ଚିଛନ୍ତି । ଏଠାରେ ଫିନଟେକ୍ ଫେଷ୍ଟିଭାଲରେ ମୋଦି ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ସାରା ବିଶ୍ୱରେ ଜ୍ଞାନକୌଶଳ ଜରିଆରେ ସବୁ କିଛି କାମ ଅତି ସହଜରରେ ହୋଇପାରୁଛି । ଭାରତର ଯୁବଗୋଷ୍ଠୀ ଆଜି ସାରା ବିଶ୍ୱକୁ ନିଜ ଜ୍ଞାନକୌଶଳର ଶକ୍ତି ଦେଖାଇଛନ୍ତି । ଆଧୁନିକ ଜ୍ଞାନକୌଶଳ ଯୋଗୁଁ ସରକାର ଚଳାଇବାର ତରିକାରେ ପରିବର୍ତ୍ତନ ଆସିଛି । ଆମ ଦେଶରେ ଏବେ ଆସିଛି ଆର୍ଥକ କ୍ରାନ୍ତି । ଆଜି ଆମ ପାଖରେ ୧୦୦ କୋଟିରୁ ଅଧିକ ଲୋକଙ୍କ ପାଖରେ ବାୟୋମେଟ୍ରିକ (ଆଧାର) ପରିଚୟ ପତ୍ରରହିଛି । ଏହାସହ ସମସ୍ତଙ୍କ ପାଖରେ ରହିଛି ଫୋନ୍ ।

ଏହାସହ ମୋଦି କହିଛନ୍ତି ଭାରତ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ହୋଇସାରିଛି, ଯଦ୍ୱାରା ହଜାର କୋଟି କୋଟି ବଂଚିପାରିଛି । ଆଜିକା ସମୟରେ ଭାରତରେ ସବୁଠାରୁ ଅଧିକ ଇଂଟରନେଟ୍ ୟୁଜର ଅଛନ୍ତି । ଏହାସହ ଆମ ଦେଶରେ ସବୁଠାରୁ ଶସ୍ତାରେ ଇଂଟରନେଟ୍ ଉପଲବ୍ଧ ବୋଲି ମଧ୍ୟ କହିଛନ୍ତି । ସାରା ବିଶ୍ୱର ନିବଶେକଙ୍କ ପାଇଁ ଭାରତ ସବୁଠାରୁ ଭଲ ସ୍ଥାନ । ଭାରତରେ ନିବେଶ କଲେ କେତେ ସୁବିଧା ମିଳିବ ସେନେଇ ମଧ୍ୟ ନିବେଶକଙ୍କୁ ଫାଇଦା ଗଣାଇଛନ୍ତି ମୋଦି ।

ଏହାବ୍ୟତୀତ ଆୟୁଷ୍ମାନ ଯୋଜନାରେ ୫୦ କୋଟି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆଯିବ କଥା ମଧ୍ୟ କହିଛନ୍ତି । ମୁଦ୍ରା ଯୋଜନା ଅନୁସାରେ ଆଜି କୋଟି କୋଟି ଲୋକ ନିଜର ବ୍ୟବସାୟ ଆରମ୍ଭ କରିପାରିଛନ୍ତି । ଏହାସହ ସେ କହିଛନ୍ତି ଆଜି ଆମ ଦେଶରେ ପୋଷ୍ଟ ଅଫସି ମଧ୍ୟ ବ୍ୟାଙ୍କ୍ ପରି କାମ କରୁଛି ବୋଲି ମୋଦି କହିଛନ୍ତି । ସୂଚନାଯୋଗ୍ୟ ଫିନଟେକ୍ ଫେଷ୍ଟିଭାଲ୍ ଦୁନିଆର ସବୁଠାରୁ ବଡ଼ ଫାଇନାନ୍ସସିଆଲ ଟେକ୍ନୋଲୋଜି ଫେଷ୍ଟିଭାଲ । ଦୁନିଆର ଅନେକ ଦେଶ ଏଠାରେ ପହଞ୍ଚି ଜ୍ଞାନକୌଶଳ କ୍ଷେତ୍ରରେ ନିଜ ନିଜ ଦେଶର ଶକ୍ତି ପ୍ରଦର୍ଶନ କରନ୍ତି ।