ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ : କହିଲେ, ରାଜ୍ୟରେ ସ୍ଥିତି ବେହାଲ

23

ବାଲେଶ୍ୱର : ବାଲେଶ୍ୱର ବିକାଶ ଉତ୍ସବରେ ଲୋକଙ୍କ ଉଦେଶ୍ୟରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ଥର ଭଳି ଏଥିରେ ଓଡିଆ ଭାଷାରେ ଅଭିଭାଷଣ ଆରମ୍ଭ କରିଛନ୍ତି ମୋଦି । ଓଡିଆ ଭାଷାରେ ଲୋକଙ୍କୁ ସମ୍ବୋଧିତ କରିବା ସହ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ ଉଦବୋଧନ ଆରମ୍ଭ କରିଛନ୍ତି । କହିଲେ ଜଗନ୍ନାଥ ମାଟିକୁ ଆସିଛି, ଗରିବଙ୍କ ଦେବତା ଜଗନ୍ନାଥ, ମୁଁ ଏ ମାଟିକୁ ନମସ୍କାର କରୁଛି ।

ଅନ୍ୟପଟେ ନବୀନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟାକ୍ଷ । ବାଲେଶ୍ୱର ସମାବେଶରେ କହିଲେ, ଭୁବନେଶ୍ୱରରେ ଶୋଇଥିବା ସରକାରଙ୍କ କାନରେ ପହଂଚିବକି ମୋ ସ୍ୱର । ସେହିପରି ଓଡିଶାରେ ବିଜେପି ନଥିବାରୁ ରାଜ୍ୟରେ ସ୍ଥିତି ବେହାଲ ହୋଇପଡିଥିବା କହିଛନ୍ତି ମୋଦି । ବିକାଶର ଅନ୍ୟ ନାଁ ବିଜେପି ବୋଲି ପ୍ରଧାନମନ୍ତ୍ରୀ ନାରା ଦେଇଛନ୍ତି । ଦେଶର ଯେଉଁ ଜିଲ୍ଲାରେ ବିଜେପି ସରକାର ଅଛି ସେଠାରେ ବିକାଶ ହୋଇଛି । ଦେଶର ପ୍ରଧାନ ସେବକ ଆପଣଙ୍କୁ ହିସାବ ଦେଉଛି, ଓଡିଶା ସରକାର କେବେ ରାଜ୍ୟବାସୀଙ୍କୁ ହିସାବ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦି । ଓଡିଶା ଧନଧାନ୍ୟରେ ପରିପୂର୍ଣ୍ଣ ତଥାପି କାହିଁକି ପଛୁଆ ବୋଲି ପ୍ରଶ୍ନ କରିଥିଲେ । ଜଙ୍ଗଲ ଅଛି, କୋଇଲା ଭଳି ପାକୃତିକ ସମ୍ପଦରେ ପରିପୂର୍ଣ୍ଣ  ତଥାପି ଗରିବି କାହିଁକି ପିଛା ଛାଡୁନି । ଭୁବନେଶ୍ୱରରେ ଶୋଇଥିବା ସରକାରଙ୍କ କାନରେ ପହଂଚିବକି ମୋ ସ୍ୱର ବୋଲି କହି ନବୀନଙ୍କୁ କଟାକ୍ଷ କରିଛନ୍ତି ।

ବିଜେପିର ବିକାଶ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଓ ଶିଶୁଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଗର୍ଭାବସ୍ଥାରୁ ମଣିଷର ମୃତ୍ୟୁ ଯାଏଁ ସରକାର ସୁଖ ଦୁଃଖର ସାଥୀ । ଗରିବ ହଟଇବା ପାଇଁ ଯୋଜନା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ବହୁ ଯୋଜନା ହାତକୁ ନିଆଯାଇଛି । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିଶୁ ମୃତ୍ୟୁ ରୋକିବା ପାଇଁ ଇନ୍ଦ୍ରଧନୁଷ ଯୋଜନା ଓ ଲୋକଙ୍କ ମନରୁ ଝିଅ ଓ ପୁଅର ଭେଦଭାବ ହଟାଇବା ପାଇଁ ଏନଡିଏ ସରକାରଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନ ବୋଲି କହିଛନ୍ତି ମୋଦି । ସେହିଭଳି ଛାତ୍ରୀଙ୍କ ପାଇଁ ସୁକନ୍ୟା ଯୋଜନା କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହ ମୋଦିଙ୍କ ଓଡିଆ ପ୍ରୀତି