‘କ୍ଲିନ୍ ଇଣ୍ଡିଆ ମିଶନ’ ପାଇଁ ସରକାରଙ୍କ ପାଖରେ ନାହିଁ ଅର୍ଥ ! ଟଙ୍କା ଅଭାବରେ କଂପାନୀମାନଙ୍କ ଆଗରେ ମୋଦି ପତାଇଲେ ହାତ

40

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଏବେ ଭାରତ ସରକାରଙ୍କ ନିକଟରେ ନାହିଁ ଅର୍ଥ । ଯେଉଁଥି ପାଇଁ ସରକାର ଦେଶର ସରକାରୀ ଏବଂ ବିଭିନ୍ନ ଘରୋଇ କଂପାନୀମାନଙ୍କ ନିକଟକୁ ଚିଠି ଲେଖି ଫଣ୍ଡ ନିବେଦନ କରିଛନ୍ତି । ତେବେ ଏହି ଚିଠି ମାଧ୍ୟମରେ ମୋଦି ସରକାର କଂପାନୀମାନଙ୍କୁ ପରାମର୍ଶ ଦେଇଛନ୍ତି କି, ସେମାନେ ନିଜ କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି ତଥା ସିଏସଆରର ଏକ ଭାଗ ସରକାରଙ୍କ ଫଣ୍ଡରେ ଜମା କରନ୍ତୁ ବୋଲି । ଯାହାଦ୍ୱାରା ସରକାର ଏହି ଟଙ୍କାର ବ୍ୟବହାର ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଖର୍ଚ୍ଚ କରିପାରିବେ ।

ଜାତୀୟ ଗଣମାଧ୍ୟମ ଜନସତ୍ତାରେ ପ୍ରକାଶିତ ଖବର ମୁତାବକ, କେନ୍ଦ୍ରର କର୍ପୋରେଟ୍ ବିଭାଗୀୟ ମନ୍ତ୍ରାଳୟ ଏନେଇ ସମସ୍ତ କଂପାନୀମାନଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି, କଂପାନୀମାନେ ନିଜ ସିଏସଆରର ପାଖାପାଖି ୭ ପ୍ରତିଶତ ଅଂଶ ସ୍ୱଚ୍ଛ ଭାରତର କୋଷରେ ଜମା କରିବାକୁ ଅନୁରୋଧ କରିଛନ୍ତି । ତେବେ ଏହା ପ୍ରଥମ ଘଟଣା ଯେଉଁଥିରେ ସରକାର କୌଣସି ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ କଂପାନୀମାନଙ୍କୁ ନିଜର ସିଏସଆରର ଏକ ଅଂଶ ସରକାରୀ ଖାତାରେ ଜମା କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ କଂପାନୀମାନେ ନିଜ ମ୍ୟାନପାୱାରର କିଛି ଅଂଶ ସ୍ୱଚ୍ଛତା ଅଭିଯାନରେ ଲଗାଇବା ସହ ସ୍ୱଚ୍ଛତା ହିଁ ସେବାର ସନ୍ଦେଶ ଦେଉଥିବା ହୋଡିଂ ଲଗାଇବାକୁ ଅନୁରୋଧ କରିଛନ୍ତି ।

ମନ୍ତ୍ରାଳୟର କହିବା କଥା ହେଲା, ଏହା ଏକମାତ୍ର ପରାମର୍ଶ ଅଟେ ଆଉ ଯାହାକୁ ମାନିବା କିମ୍ବା ନମାନିବା କଂପାନୀମାନଙ୍କ ଉପରେ ନିର୍ଭର କରିଥାଏ ।

ଏଠାରେ ଆମେ କହି ରଖୁଛୁ କି, କ୍ଲିନ୍ ଇଣ୍ଡିଆ ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମହତ୍ୱକାଂକ୍ଷୀ ଯୋଜନା ଅଟେ । ଯାହକୁ ମୋଦି ଦେଶ ବିଦେଶରେ ନିଜ ସରକାରଙ୍କର ପ୍ରାଥମିକତା ଆଧାରରେ ପ୍ରକାଶିତ ମଧ୍ୟ କରିସାରିଛନ୍ତି । ଏବେ ୨୦୧୯ର ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ମିଶନ ଜରିଆରେ ଜନତାଙ୍କର ଜୀବନରେ ବିଶେଷ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ।

ବର୍ତ୍ତମାନ ମୋଦି ସରକାର ଲକ୍ଷାଧିକ ଶୌଚାଳୟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଥିପାଇଁ ଆବଶ୍ୟକ ପଡୁଥିବା ଟଙ୍କା କମ ପଡିବାରୁ ଯୋଜନାର ବେଗ ଏବେ ଟିକିଏ ଦୁର୍ବଳ ହୋଇ ପଡିଛି । ୨ ଅକ୍ଟୋବର ୨୦୧୪ରେ ଲଂଚ କରାଯାଇଥିବା ଏହି ଯୋଜନା ଆଧାରରେ ୨୦୧୯ ମଧ୍ୟରେ ଦେଶରେ ୧୧ କୋଟି ଶୌଚାଳୟ ନିିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୨୦୧୫ରେ ଏହି ଯୋଜନା ଆଧାରରେ ମାତ୍ର ୪୯ ଲକ୍ଷ ଏବଂ ୨୦୧୬ରେ ୪୦ରୁ ୫୦ ଲକ୍ଷ ଶୌଚାଳନ ନିର୍ମାଣ ସମ୍ଭବ ହୋଇପାରିଛି । ଏବେ ସରକାର ଚାହୁଁଛନ୍ତି କି ୨୦୧୭-୧୮ ମଧ୍ୟରେ ଅତି କମରୁ ୨-୨ ଶୌଚାଳୟ ନିର୍ମାଣ କରାଯାଉ ବୋଲି ହେଲେ ଏଥିପାଇଁ ଟଙ୍କାର ଘୋର ଆବଶ୍ୟକତା ରହିଛି । ଯାହାକି ମୋଦି ସରକାରଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ତେଣୁ ଏଥିପାଇଁ ସରକାରଙ୍କୁ ବିଭିନ୍ନ ସରକାରୀ ଏବଂ ବେସରକାରୀ କଂପାନୀମାନଙ୍କ ଆଗରେ ହାତ ପତେଇବାକୁ ପଡିଛି ।