ଯେବେ ରାଗିଯାଆନ୍ତି ମୋଦି : ଜାତୀୟ ହିନ୍ଦୀ ଚ୍ୟାନେଲରେ ରାଫେଲକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନ ବେଳେ ହଠାତ୍ ରାଗି ଉଠିଲେ ପ୍ରଧାନମନ୍ତ୍ରୀ

କହିଲେ ସୁପ୍ରିମକୋର୍ଟ ଓ ସଂସଦ ଉପରେ ନାହିଁ କି ଭରସା

447

କନକ ବ୍ୟୁରୋ : ଗଣମାଧ୍ୟମ ପ୍ରଶ୍ନରେ ହଠାତ୍ ରାଗିଗଲେ ପ୍ରଧାନମନ୍ତ୍ରୀ ମୋଦି । ଗତ ୫ ବର୍ଷରେ ଗଣମାଧ୍ୟମ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏପରି ବ୍ୟବହାର କେବେ ବି ଦେଖିବାକୁ ମିଳିନଥିଲା । ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜର ଦୁଇ ଜଣ ଆଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ସାକ୍ଷାତକାର ନେଉଥିଲେ । ରାଫେଲ୍ ବିମାନ ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଯେବେ ପ୍ରଶ୍ନ ପଚରାଗଲା, ହଠାତ୍ ରାଗି ଉଠିଥିଲେ ପିଏମ୍ । ସିଧାସଳଖ ଅଭିଯୋଗ ଆଣିଥିଲେ ସଂପୃକ୍ତ ଚ୍ୟାନେଲ୍ ଉପରେ । ପ୍ରଶ୍ନ କରିଥିଲେ କ’ଣ ଦେଶର ସୁପ୍ରିମକୋର୍ଟ, ସଂସଦ, ସିଏଜି ଉପରେ ଭରସା ନାହିଁ । ଫ୍ରାନ୍ସ ରାଷ୍ଟ୍ରପତି ଦେଇଥିବା ବୟାନରେ କ’ଣ ବିଶ୍ୱାସ ନାହିଁ ।

ଗତ ୬ ମାସ ଧରି ବିରୋଧୀ ଏହାକୁ ନେଇ ମିଛ ପ୍ରଚାର କରି ଆସୁଥିବା ମୋଦି ଅଭିଯୋଗ କରିଥିଲେ । ଯେଉଁ ଦୁର୍ନୀତିର ଅଭିଯୋଗ ବିରୋଧୀ ଆଣୁଛନ୍ତି ତାହାରା ଆଧାର କ’ଣ ବୋଲି ପ୍ରଶ୍ନ ପଚାରିବା ସହିତ କହିଥିଲେ କେବେ ସେମାନଙ୍କୁ ପ୍ରଶ୍ନ ପଚାରିବାର ସତ ସାହସ ଗଣମାଧ୍ୟମର ନାହିଁ । ନିର୍ଦ୍ଦିଷ୍ଟ ଭାବେ ଗଣମାଧ୍ୟମ ଏହାକୁ ଇସ୍ୟୁ କରୁଥିବାବେଳେ , ଦେଶପାଇଁ କାମ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ କେବଳ ପ୍ରଶ୍ନ କରାଯାଉଛି ବୋଲି ମୋଦି ଅଭିଯୋଗ କରିଥିଲେ । ଏବିପି ନ୍ୟୁଜର ଆଙ୍କର ରାଫେଲ୍ ଡିଲରେ ଅନୀଲ ଅମ୍ୱାନୀଙ୍କୁ ମୋଦି ସରକାର ଲାଭ ପହଂଚାଇଥିବା ନେଇ ପ୍ରଶ୍ନ ପଚାରିବା ପରେ ଏପରି ଭାବେ ରାଗି ଯାଇଥିଲେ ମୋଦି ।