ଆଉ ମାତ୍ର ୨ ଦିନର ଅପେକ୍ଷା । କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ୧୨ କୋଟି ଚାଷୀଙ୍କ ଖାତାକୁ ଯିବ ୨ ହଜାର ଟଙ୍କା

ଲୋକସଭା ନିର୍ବାଚନ ପାଖେଇ ଆସିଥିବାରୁ ସାରା ଦେଶରେ ଏବେ ରାଜନୈତିକ ଚର୍ଚ୍ଚା ଚାଲିଛି

256

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଖେଇ ଆସିଥିବାରୁ ସାରା ଦେଶରେ ଏବେ ରାଜନୈତିକ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରଠାରେ ଦେଶର ଚାଷୀମାନଙ୍କ ଖାତାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରଥମ ଥର ଟଙ୍କା ଦେବେ ବୋଲି ସୂଚନା ମିଳିଛି । ଗୋରଖପୁରଠାରେ ରାଷ୍ଟ୍ରୀୟ କିଷାନ ସମ୍ମିଳନୀରେ ଦେଶର ୧୨ କୋଟି କିଷାନଙ୍କ ଖାତାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଥମ ଥର ପାଇଁ ଜମାହେବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାରେ ଚାଷୀଙ୍କ ଖାତାକୁ ଟଙ୍କା ଦେବେ ବୋଲି ସୂଚନା ମିଳିଛି ।

https://aajtak.intoday.in

କାରଣ ଚାଷୀମାନଙ୍କ ପାଇଁ ବିଜେପି ନିକଟରେ ୩ଟି ରାଜ୍ୟରେ ପରାଜୟର ସ୍ୱାଦ ଚାଖିଥିଲା ବୋଲି ଘଟଣା ଜୋର ଧରିଥିଲା । ଚାଷୀମାନଙ୍କୁ ଖୁସି କରିବା ପାଇଁ ମୋଦି ଏହି ଯୋଜନା କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ ମୋଦି ସରକାର ଦେଶର ଅନ୍ତରୀଣ ବଜେଟରେ ଚାଷୀମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ କରିଥିଲେ । ଦେଶରେ ଥିବା ଚାଷୀମାନଙ୍କ ଖାତାକୁ ଟଙ୍କା ଦେବା ପାଇଁ ଏନସିପିଆଇକି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ ତାରିଖରୁ ହିଁ ଚାଷୀମାନଙ୍କ ଖାତାକୁ ଟଙ୍କା ଯିବା ଆରମ୍ଭ କରିବ ।

ଏହି ଯୋଜନାରେ ପାଖାପାଖି ୧୨ କୋଟି ଚାଷୀ ଲାଭ ପାଇବେ ବୋଲି ସୂଚନା ରହିଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ତିନୋଟି କିସ୍ତିରେ ଚାଷୀମାନଙ୍କ ପାଖକୁ ଟଙ୍କା ଯିବ । ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ଟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୟୁପିର ଗୋରଖପୁରରେ ହିଁ ଶୁଭ ଉଦଘାଟନ କରିବେ । ପ୍ରଥମେ ୧୨ କୋଟି ଚାଷୀଙ୍କୁ ଏହି ସୁବିଧା ମିଳିବ ଏବଂ ୨୫ ହଜାରେ କୋଟି ଏଥିପାଇଁ ଖର୍ଚ୍ଚ ହେବ । କେବଳ ଏତିକି ନୁହେଁ ଏହି ଯୋଜନା ପାଇଁ ସରକାର ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତେବେ ଏହି ଟଙ୍କା ୨ ହେକ୍ଟର ଜମି କିମ୍ବା ତାହାଠାରୁ କମ ଜମିଥିବା ଚାଷୀଙ୍କୁ ମିଳିବ ବୋଲି ଜଣାପଡିଛି ।