ପ୍ରଧାନମନ୍ତ୍ରୀଙ୍କ ବିଦେଶ ଖର୍ଚ୍ଚ ! ଜାଣନ୍ତୁ ୨ବର୍ଷରେ ମୋଦିଙ୍କ ଯାତ୍ରାର ହିସାବ ନିକାଶ

47

୨୦୧୪ ରୁ ୨୦୧୬ ମଧ୍ୟରେ ବିଦେଶ ଯାତ୍ରା ପାଇଁ କେତେ ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ବିଦେଶ ଖର୍ଚ୍ଚର ସଂପୃର୍ଣ୍ଣ ବିବରଣୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପକ୍ଷରୁ ସାର୍ବଜନୀନ କରାଯାଇଛି । ୨ ବର୍ଷ ମଧ୍ୟରେ ମୋଦି ୪୪ ଟି ଦେଶର ଯାତ୍ରା କରିସାରିଛନ୍ତି ।

ଏଯାଏଁ ମୋଦି ୪ ଥର ଆମେରିକା ଗସ୍ତ କରିସାରିଛନ୍ତି । ସେହିପରି ଜାପାନ , ନେପାଳ , ସିଙ୍ଗାପୁର , ଫ୍ରାନ୍ସ , ଚୀନ୍ , ଉଜବେକିସ୍ତାନ୍ , ଋଷ ଏବଂ ଆଫଗାନିସ୍ତାନ୍ ୨ ଥର ଲେଖାଏଁ ଯାଇଛନ୍ତି । କେବଳ ଆଣ୍ଟର୍କଟିକା ବ୍ୟତୀତ ମୋଦି ଏଯାଏଁ ସମସ୍ତ ମହାଦ୍ୱୀପ ଯାତ୍ରା କରିସାରିଛନ୍ତି ।

୨୦୧୫ରେ ସବୁଠାରୁ ଅଧିକ ଖର୍ଚ୍ଚ :
ମୋଦିଙ୍କର ଖର୍ଚ୍ଚ ୨୦୧୫ରେ ସବୁଠାରୁ ଅଧିକ ରହିଛି । ମୋଦି ୨୦୧୫ରେ ଫ୍ରାନ୍ସ, ଜର୍ମାନୀ ଏବଂ କନ୍ନାଡା ଗସ୍ତ କରିଥିଲେ । ୩ ଏପ୍ରିଲରୁ ୧୭ ଏପ୍ରିଲ୍ ଭିତରେ ୩୧କୋଟି ଖର୍ଚ୍ଚ ହୋଇଛି ।

ନଜର ପକାନ୍ତୁ କେଉଁ ଗସ୍ତ ସମୟରେ କେତେ ଖର୍ଚ୍ଚ କରିଛନ୍ତି ମୋଦି :

• ଜୁନ୍ ୨୦୧୪ – ଭୂଟାନ୍ – ୨.୪୫ କୋଟି

• ଜୁଲାଇ ୨୦୧୪ – ବ୍ରାଜିଲ୍ – ୨୦.୩୫ କୋଟି

• ନମ୍ଭେମ୍ବର ୨୦୧୪ – ମିଆଁମାର, ଅଷ୍ଟ୍ରେଲିଆ ଏବଂ ସାଉଥକୋରିଆ – ୨୨.୫୮ କୋଟି

• ଅପ୍ରେଲ୍ ୨୦୧୫ –ଚୀନ୍ , ମଙ୍ଗୋଲିଆ ଏବଂ ସାଉଥ୍ କୋରିଆ – ୧୫.୧୫ କୋଟି

• ସେପ୍ଟେମ୍ବର ୨୦୧୫ – ଆୟରଲାଣ୍ଡ୍ ଏବଂ ଆମେରିକା – ୧୮.୪୬ କୋଟି

• ଅପ୍ରେଲ୍ ୨୦୧୬ – ବେଲଜିୟମ୍ , ଆମେରିକା ଏବଂ ସାଉଦି ଆରବ – ୧୫.୮୫ କୋଟି

• ସେପ୍ଟେମ୍ବର ୨୦୧୬ – ଭିଏତନାମ୍ ଏବଂ ଚୀନ୍ – ୯.୫୩ କୋଟି

ସୌଜନ୍ୟ : ୱାନ୍ ଇଣ୍ଡିଆ