ପ୍ରୋଟୋକଲ ମାନୁନାହାନ୍ତି ପ୍ରଧାନମନ୍ତ୍ରୀ ! ଅତିଥି ରାଷ୍ଟ୍ରାଧ୍ୟକ୍ଷଙ୍କ ସ୍ୱାଗତ ପାଇଁ ୪ ବର୍ଷରେ ୧୦ଥର ପ୍ରୋଟୋକଲ ଭାଙ୍ଗିଛନ୍ତି ମୋଦି

45

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ୬ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ମୋଦିଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଉଭୟଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଚାଲିଛି । ଏହାପରେ ଦୁଇ ଦେଶ ମଧ୍ୟରେ ଅଧ ଡଜନରୁ ଅଧିକ ଚୁକ୍ତି ହେବାର ସମ୍ଭାବନା ରହିଛି । ଆଉ ଏହି ୬ ଦିନିଆ ଗସ୍ତରେ ସେ ଦିଲ୍ଲୀ, ଅହମଦାବାଦ ଓ ମୁମ୍ବାଇ ମଧ୍ୟ ଯିବାର କାର୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପ୍ରୋଟୋକଲ ଭାଙ୍ଗି ନେତନ୍ୟାହୁଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟ ଯାଇଥିଲେ । ତେବେ ଏହା ପ୍ରଥମ ଥର ନୁହେଁ , ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଧ୍ୟ ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସ୍ୱାଗତ ପାଇଁ ପ୍ରୋଟୋକଲ ଭାଙ୍ଗି ସାରିଛନ୍ତି । ସୂଚନାଯୋଗ୍ୟ ପ୍ରୋଟୋକଲ୍ ଅନୁସାରେ ପ୍ରଧାନମନ୍ତ୍ରୀ ଅନ୍ୟ ରାଷ୍ଟ୍ରାଧ୍ୟକ୍ଷଙ୍କୁ ସ୍ୱାଗତ କରିବା ପାଇଁ ଏହାରପୋର୍ଟ ଯାଇପାରିବେ ନାହିଁ । ସ୍ୱାଗତ ପାଇଁ ବୈଦେଶିକ ମନ୍ତ୍ରୀ ଯାଇପାରିବେ । ତେବେ କଂଗ୍ରେସ ଏନେଇ ତାଙ୍କୁ ସମାଲୋଚନା କରିବା ସହ ତାଙ୍କର ମଜାକ୍ ଉଡ଼ାଇଛି ଏବଂ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ନେତାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚିତ । ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଗତ ୪ ବର୍ଷରେ ୧୦ ଥର ପ୍ରୋଟୋକଲ ଭାଙ୍ଗି ସାରିଛନ୍ତି ।

ଆସନ୍ତୁ ଜାଣିବା କେବେ କେବେ ମୋଦି ଭାଙ୍ଗିଛନ୍ତି ପ୍ରୋଟୋକଲ୍ –

ସେପ୍ଟେମ୍ବର ୨୦୧୪- ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଅହମଦାବାଦରେ ସ୍ୱାଗତ ସମୟରେ ଭାଙ୍ଗିଥିଲେ ପ୍ରୋଟୋକଲ୍ ।

ଜାନୁୟାରୀ ୨୦୧୫- ତତକାଳୀନ ଆମରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏଆରପୋର୍ଟରେ ପହଞ୍ଚି କରିଥିଲେ ସ୍ୱାଗତ ।

ଡିସେମ୍ବର ୨୦୧୫- ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ବାରାଣାସୀରେ ସ୍ୱାଗତ ।

ଜାନୁୟାରୀ ୨୦୧୬ – ଫ୍ରାନ୍ସର ତତକାଳୀନ ରାଷ୍ଟ୍ରପତି ଓଲାନ୍ଦଙ୍କୁ ଚଣ୍ଡୀଗଡ଼ରେ ସ୍ୱାଗତ ।

ଜାନୁୟାରୀ ୨୦୧୭- ଆବୁଧାବୀର ରାଜକୁମାର ଶେଖ୍ ମୋହମ୍ମଦ ବିନ ଜାୟଦଙ୍କୁ ଦିଲ୍ଲୀରେ ସ୍ୱାଗତ ।

ଅପ୍ରେଲ ୨୦୧୭ –ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁୁ ଦିଲ୍ଲୀରେ ସ୍ୱାଗତ ।

୨୦୧୭- ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୈକ୍ଲମ ଟର୍ଣ୍ଣବୁଲଙ୍କ ସହ ଦିଲ୍ଲୀ ମେଟ୍ରୋରେ ଏକାସଙ୍ଗେ ସବାରୀ ।

୨୦୧୭- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ସହ ହାଇଦ୍ରାବାଦରେ ରାତ୍ରୀଭୋଜନ ।