ସୁଧ ମାଗିବେନି ମୋଦି ! ସାରା ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷ ଭେଟି
କନକ ବ୍ୟୁରୋ : ନୂଆବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି । କୃଷକଙ୍କ କୃଷି ଋଣ ଉପରେ ସୁଧ ଛାଡ କରିବେ ମୋଦି ସରକାର । ଆଜି ମୋଦିଙ୍କ କ୍ୟାବିନେଟରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁଯାୟୀ ନଭେମ୍ବର ଓ ଡିସେମ୍ବର ମାସରେ ନେଇଥିବା ଋଣ ଉପରେ ସୁଧ ଛାଡ କରାଯିବ । ପାଖାପାଖି ୬୬୦କୋଟି ଟଙ୍କାର ସୁଧ ଛାଡ କରାଯିବ ବୋଲି ଆକଳନ କରାଯାଇଛିି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ କୃଷକ ମାନେ ସମବାୟ ବ୍ୟାଙ୍କରୁ ସ୍ୱଳ୍ପକାଳିନ ଅବଧିର ଋଣ ନେଇଥିବେ ସେହିମାନେ ଏହି ସୁବିଧା ପାଇବେ । ବିମୁଦ୍ରାକରଣ ସମୟରେ ଚାଷୀମାନଙ୍କୁ ସୁଧ ଛାଡ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୋଦି । ଆଉ ଏବେ ସେ ତାଙ୍କର ପ୍ରତିଶୁତି ଅନୁସାରେ ଘୋଷଣା କରିିଛନ୍ତି ।