ଗୋଟିଏ ପରେ ଗୋଟିଏ ମେଂଟ ଭାଙ୍ଗୁଛି, ସହଯୋଗୀ ଛାଡ଼ୁଛନ୍ତି ହାତ ! କେଉଁ ଷ୍ଟ୍ରାଟାଜି ନେଇ ଆଗାମୀ ନିର୍ବାଚନ ଲଢ଼ିବ ବିଜେପି ?

31

କନକ ବ୍ୟୁରୋ : ଗଣତନ୍ତ୍ରରେ ଭୋଟ୍ ହେଉଛି ସବୁଠାରୁ ବଡ଼ ତଥା ଗରୁତ୍ୱପୂର୍ଣ୍ଣ ଅସ୍ତ୍ର । ଆଉ ଏହି ଅସ୍ତ୍ର ଥାଏ ଦେଶର ନାଗରିକଙ୍କ ପାଖରେ । ନିର୍ବାଚନ ସମୟରେ ବଡ଼ ବଡ଼ ରାଜନେତାମାନେ ଭୋଟ୍ ପାଇବା ପାଇଁ ସାଧାରଣ ଲୋକଙ୍କ ସାମ୍ନାରେ ହାତ ପତାନ୍ତି । ବିକାଳମୂଳାକ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପାଇଁ ଚେଷ୍ଟା କରନ୍ତି । ତେବେ ଭୋଟ ବ୍ୟତୀତ ରାଜନେତାଙ୍କ ପାଇଁ ସହଯୋଗୀ ଦଳର ସମର୍ଥନ ମଧ୍ୟ ଶାସନକୁ ଆସିବା ପାଇଁ ବହୁତ ସହାୟକ ହୋଇଥାଏ । ସତ୍ତାରେ ବସିବା ପାଇଁ ବହୁତ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ ସହଯୋଗୀଙ୍କ ସମର୍ଥନ ।

pm-modi

ଭାରତୀୟ ରାଜନୀତି ଇତିହାସରେ ମେଂଟର ସବୁଠାରୁ ବଡ଼ ପୃଷ୍ଠା ରହିଛି । ଆଉ ଏଥିପାଇଁ ନିର୍ବାଚନ ଋତୁରେ ମେଂଟ ଦଳ ମଧ୍ୟରେ ମନୋମାଳିନ୍ୟ ତଥା କଥା କଟାକଟି ସାଧାରଣ ହୋଇଯାଏ । ବର୍ତ୍ତମାନ ୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଜାତୀୟ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଦଳ ଜୋରସୋରରେ ଲାଗିଛନ୍ତି । ଏବେ ଶାସନରେ ଥିବା ବିଜେପି ମଧ୍ୟ ପୁରା ଜୋର ଲଗେଇ ଦେଇଛି । ଅନ୍ୟପଟେ ବିଜେପି ସହ ଥିବା କିଛି ମେଂଟ ଭାଙ୍ଗିବା ସହ ଆଉ କିଛି ଦଳକୁ ନାଲି ଆଖି ଦେଖାଉଛନ୍ତି । ଆଉଏଥିପାଇଁ ବିଜେପି ଏବେ ଚିିନ୍ତାରେ ରହିଛି । ଏବଂ ଆଗାମୀ ନିର୍ବାଚନରେ କିଛି ବି ହୋଇପାରେ ବୋଲି ଶୁଣିବା ପାଇଁ ମିଳୁଛି ।

image courtesy-https://aajtak.intoday.in

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୮୨ ସିଟରେ ବିପୁଳ ବିଜୟ ହାସଲ କରିଥିଲା । ପ୍ରଥମ ଥର ପାଇଁ ବିଜେପିକୁ ବହୁମତ ମିଳିଥିଲା । ୨୬ ମେ ୨୦୧୪ରେ ଏନଡ଼ିଏ ସରକାର ଆସିବା ସହ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ । ଏହାସହ ଏନଡ଼ିଏର ସହଯୋଗୀ ଶିବସେନା ଓ ଟିଡ଼ିପି ସମେତ ବାକି ଦଳକୁ କୋଟାରେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିିଲେ । ଏପଟେ ଆଗମୁ ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଆଉ ଧୀରେ ଧୀରେ ବଳଦି ଯ।।ଉଛି ରାଜନୈତିକ ପାଣିପାଗ । ମେଂଟ ଗୁଡ଼ିକ ଅନେକ କାରଣ ଦର୍ଶାଇ ବଜେପିର ହାତ ଛାଡ଼ୁଛନ୍ତି । ବିଜେପି ସହ ଟିଡ଼ିପି ଓ ଶିବସେନାର ମନୋମାଳିନ୍ୟ କଥା ସମସ୍ତେ ଜାଣନ୍ତି ।

ଟିଡ଼ିପି ଛାଡ଼ିଲା ବିଜେପିର ହାତ –
ମୋଦି ସରକାରଙ୍କ ସହ ପାଖାପାଖି ୪ ବର୍ଷ ରହିବା ପରେ ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତି ନେଇଥିଲେ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନେଇ ମୋଦି ସରକାର ଧୋକା ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୦୧୮ରେ ଟିଡ଼ିପି ବିଜେପି ହାତ ଛାଡ଼ିଥିଲା । ଟିଡ଼ିପି ଏକ ଶକ୍ତ ଆଂଚଳିକ ଦଳରେ ରୂପରେ ପରିଚିତ । ୨୦୧୪ରେ ଦଳ ୩୦ ସିଟରେ ନିର୍ବାଚନ ଲଢ଼ି ୧୬ ଟି ସିଟରେ ବିଜୟ ହାସଲ କରିଥିଲା । ଦକ୍ଷିଣ ଭାରତରେ ବିଜେପିର ଦୁର୍ବଳ ସ୍ଥିତିକୁ ଟିଡ଼ିପିର ସମର୍ଥନ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥିଲା କିନ୍ତୁ ବର୍ତ୍ତମାନ ଉଭୟ ଦଳର ରାସ୍ତା ଭିନ୍ନ ହୋଇଯାଇଛି ।

tdp -bjp war
ଅଲଗା ନିର୍ବାଚନ ଲଢ଼ିବ ଶିବସେନା
ବିଜେପିର ନିକଟତର କୁହାଯାଉଥିବା ମହାରାଷ୍ଟ୍ରର ଶିବସେନା ଆଗାମୀ ନିର୍ବାଚନରେ ଏକା ଲଢ଼ିବ ବୋଲି ଘୋଷଣା କରିସାରିଛି । ଉଭୟ ଦଳର ମେଂଟରେ ମହାରାଷ୍ଟ୍ର ସରକାର ଚାଲୁଛି । କିନ୍ତୁ ବିମୁଦ୍ରକାରଣ ପରି ଜାତୀୟ ମୁଦ୍ଦାରେ ଶିବସେନା ବିଜେପି ବରୋଧରେ ଛିଡ଼ା ହୋଇଥିଲା । ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ଆଉ ବିଜେପି ସହିତ ମେଣ୍ଟ ନ କରି ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ଗତ ଜାନୁୟାରୀ ମାସରେ ନିଷ୍ପତ୍ତି ନେଇଥିଲା ଶିବସେନା ।


ଉଲ୍ଲେଖନୀୟ ଯେ ଶିବସେନା ଓ ବିଜେପି ମଧ୍ୟରେ ରାଜ୍ୟରେ ଓ କେନ୍ଦ୍ର ସ୍ତରରେ ଅନେକ ମାମଲାକୁ ନେଇ କଳହ ଲାଗି ରହିଥିଳା । ଆଉ ଏଥିପାଇଁ ଉଦ୍ଧବ ଠାକୋର ବିଜେପି ଠାରୁ ଶିବସେନାକୁ ଅଲଗା କରିବା ପାଇଁ ଧମକ ଦେଇଥିଲେ । ସୂଚନାଯୋଗ୍ୟ ଯେ ୨୦୧୪ ବିଧାନସଭା ନିର୍ବାଚନରେ ସିଟ୍ ବିତରଣକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପରେ ଦୁଇ ପାର୍ଟି ଅଲଗା ଅଲଗା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ନିର୍ବାଚନରେ ବିଜେପି ସମ୍ପୁର୍ଣ୍ଣ ବହୁମତ ପାଇବା ପରେ ଶିବସେନା ପୁଣି ମେଣ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଥିଲା । ଏବେ ପୁଣି ଥରେ ଶିବସେନା ଘୋଷଣା କରିଛି ଯେ ସେ ୨୦୧୯ରେ ଏକାକି ନିର୍ବାଚନ ଲଢ଼ିବ ।

କାଶ୍ମୀରରେ ଭାଙ୍ଗିଲା ମେଂଟ –

ଜାମ୍ମୁକାଶ୍ମୀରରେ ମଧ୍ୟ ଭାଙ୍ଗି ଯାଇଛି ମେଂଟ ସରକାର । ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି ବିଜେପି । ଭାରତୀୟ ଜନତା ପାର୍ଟି ଜମ୍ମୁ-କଶ୍ମୀର ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛି । ଏଥିସହ ରାଜ୍ୟରେ ୩ ବର୍ଷ ଠାରୁ ଆରମ୍ଭ ହୋଇଥିବା ଚାଲୁଥିବା ପିଡ଼ିପି-ବିଜେପି ମେଂଟ ଶେଷ ହୋଇଯାଇଛି । ସୂଚନାଯୋଗ୍ୟ ରମଜାନ ପରେ ଆତଙ୍କ ବିରୋଧୀ ଅପରେସନ ଆରମ୍ଭ ହେବାକୁ ନେଇ କେନ୍ଦ୍ରର ନିଷ୍ପତି ପରେ ଦୁଇଦଳ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ।


ଲୋକସଭା ଦୃଷ୍ଟିରୁ ଦେଖିବା ପାଇଁ ଗଲେ ଜମ୍ମୁ-କାଶ୍ମୀରରେ ପିଡ଼ିପିର ସ୍ଥିତି ମଜଭୁତ ରହିଛି । ୨୦୧୪ରେ ଲୋକସଭା ନିର୍ବାଚନରେ ମୋଦି ଲହରୀ ମଧ୍ୟ ଦଳ ରାଜ୍ୟରେ ୬ଟି ଲୋକସଭା ସିଟରୁ ୩ଟିରେ ବିଜୟ ହାସଲ କରିଥଇଲ । ଆଉ ଅନ୍ୟ ୩ଟିରେ ସିଟ୍ ବିଜେପି ହାତକୁ ଯାଇଥିଲା ।

ବିହାରରେ ରହୁନି ତାଳମେଳ –

Source:Hindustan Times

ବିହାରରେ ଜେଡ଼ିୟୁ ନେତା ନୀତିଶ କୁମାର ଲାଲୁ ଯାଦବଙ୍କ ଆରଜେଡ଼ି ଓ କଂଗ୍ରେସ ସହ ମହାମେଂଟ ଭାଙ୍ଗି ପୁଣି ଥରେ ବିଜେପି ସହ ସରକାର ତିଆରି କରିଥିଲେ । କିନ୍ତୁ ଲୋକସଭା ନିର୍ବାଚନୁ ନେଇ ଉଭୟ ଦଳ ମ୍ୟଧରେ ସବୁକିଛି ଠିକ ଚାଲୁନାହିଁ । ସିଟ୍ ବାଂଟିବା ନେଇ ଉଭୟ ଦଳ ମଧ୍ୟରେ ଏବେ ବି ବୟାନବାଜୀ ଚାଲିଛି । ଆଗକୁ ଏହି ମେଂଟର ଭିବଷ୍ୟ କ’ଣ ହେବ ତାହା ଆଗକୁ ଜଣାପଡ଼ିବ ।