ଅଭିଜିତଙ୍କ ପାଇଁ ବସିଲା ଗୃହ କମିଟି ! ଅଧ୍ୟକ୍ଷ କହିଲେ ପ୍ରମାଣ ମିଳିଲେ ହେବ କାର୍ଯାନୁଷ୍ଠାନ ।

27

ଅଭିଜିତ ଆୟାର ମିତ୍ରା ସ୍ୱାଧିକାର ଭଙ୍ଗ କରିଥିବା ନେଇ ଆଜି ବିଧାନସଭାରେ ଏକ କମିଟି ଗଠନ ହୋଇଥିଲା । ଏହି ବୈଠକରେ ଆଲୋଚନା ହୋଇଥିଲା ଯଦି ସ୍ୱାଧିକାର ଭଙ୍ଗ କରିଥିବା ନେଇ ଅଭିଜିତ ଆୟାର ବିରୁଦ୍ଧରେ କୌଣସି ସବିଶେଷ ତଥ୍ୟ ଏବଂ ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ସେନେଇ ବିଚାର କରାଯିବ ।

ସୂଚନା ମୁତାବକ, ତଥ୍ୟ ପାଇଁ ଡିଜି, ଡାଇରେକ୍ଟର ଇଣ୍ଟେଲିଜେନ୍ସ ଅଫ ଓଡିଶା, ପ୍ରମେୟ ଖବରକାଗଜର ସମ୍ପାଦକ ଏବଂ ନ୍ୟୁଜ-୭ର ବ୍ୟୁରୋ ଚିଫଙ୍କୁ ସମନ କରାଯାଇଛି । ସେମାନେ ଗୃହ କମିଟି ଆଗରେ ଉପସ୍ଥିତ ରହି ତଥ୍ୟ ଦେବେ । ସେ ତଥ୍ୟ ପାଇବା ପରେ ତଦନ୍ତ ଆରମ୍ଭ ହେବ ।

ଯଦି ଅନ୍ୟ କିଛି ବ୍ୟକ୍ତି ସମ୍ପୃକ୍ତ ଥିବାର ପ୍ରମାଣ ମିଳେ ତାହା ପରବର୍ତ୍ତି ସମୟରେ ବିଚାର କରାଯିବ । ଉପଯୁକ୍ତ ପ୍ରମାଣ ମିଳିଲେ ହିଁ ସ୍ୱାଧିକାର ଭଙ୍ଗ କରିବା ବ୍ୟକ୍ତିଙ୍କୁ ନୋଟିସ କରାଯିବ । ତାଙ୍କୁ ନିଜ ବକ୍ତବ୍ୟ ରଖିବାର ସୁଯୋଗ ମଧ୍ୟ ଦିଆଯିବ । ଅଭିଯୋଗ ଏବଂ ତାଙ୍କର ସର୍ଭେକୁ ଆଧାର କରି ନୋଟିସ ଦିଆଯିବ କି ନାହିଁ ବିଚାର କରାଯିବ ।